ପିଲାଙ୍କୁ ଚରମପନ୍ଥୀର ପାଠ ପଢ଼ାଉଥିବା ଧାର୍ମିକ ମଦ୍ରାସାର ବି ତିଆରି ଚାଲିଛି

ନୂଆଦିଲ୍ଲୀ: ହମାସ ଓ ପାଲେଷ୍ଟାଇନ୍ ଯୁଦ୍ଧକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ପ୍ରତିଷ୍ଠିତ ବାଂଲାଦେଶୀ ଲେଖିକା ତସଲିମା ନସରିନ୍ । ଯେଉଁମାନେ ପାଲେଷ୍ଟାଇନ ଲୋକଙ୍କ ପ୍ରତି ହେଉଥିବା ଅତ୍ୟାଚାରକୁ ନେଇ ଚିନ୍ତିତ, ସେମାନେ ନିଜ ଦେଶରେ ସଂଖ୍ୟାଲଘୁଙ୍କ ଅବସ୍ଥାକୁ ନେଇ ସମାନ ଭାବରେ ଚିନ୍ତା କରିବା ଉଚିତ୍ ବୋଲି ତସଲୀମା କହିଛନ୍ତି । ଏକ ସାକ୍ଷାତ୍‌କାରରେ ତସ୍‌ଲିମା ଏପରି କହିଛନ୍ତି । ସେ କହିଛନ୍ତି “ମୁଁ ଶୁଣୁଛି ଯେ ମୋର ସାଥୀ ବାଂଲାଦେଶୀ ନାଗରିକମାନେ ପାଲେଷ୍ଟାଇନ ନାଗରିକଙ୍କ ଉପରେ ହୋଇଥିବା ଅତ୍ୟାଚାର ଉପରେ କ୍ରୋଧିତ ଅଛନ୍ତି । ଏମିତିକି ସେମାନଙ୍କ ମଧ୍ୟରୁ କିଛି ସହଯୋଗ ପାଇଁ ପାଲେଷ୍ଟାଇନ ଯିବାକୁ ମଧ୍ୟ ଚାହୁଁଛନ୍ତି । ମୁଁ ବ୍ୟକ୍ତିଗତ ଭାବରେ ଇସ୍ରାଏଲ୍ ଏବଂ ପାଲେଷ୍ଟାଇନ ଲୋକଙ୍କ ସମେତ ଦୁନିଆର ଯେକୌଣସି ବ୍ୟକ୍ତିଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ନିନ୍ଦା କରେ ।” ତସଲିମା କହିଛନ୍ତି “କିନ୍ତୁ ମୁଁ କହିବାକୁ ଚାହେଁ ଯେ ଯଦି ମୋ ଦେଶବାସୀ ପାଲେଷ୍ଟାଇନରେ ଅତ୍ୟାଚାର ଏବଂ ଆକ୍ରମଣ ପାଇଁ ଶରଣାର୍ଥୀଙ୍କ ସଂଖ୍ୟା ନେଇ ଏତେ ଚିନ୍ତିତ, ତେବେ ଆଜି ମଧ୍ୟ ବାଂଲାଦେଶର ସଂଖ୍ୟାଲଘୁ ସମ୍ପ୍ରଦାୟ ଉପରେ ଆକ୍ରମଣ ହୁଏ ଏବଂ ସେମାନଙ୍କ ମଧ୍ୟରୁ ଅନେକ ନିଜ ଦେଶ ଛାଡି ଅନ୍ୟତ୍ର ଶରଣାର୍ଥୀ ହେବାକୁ ବାଧ୍ୟ ହୁଅନ୍ତି । ସେତେବେଳେ ବି ସେମାନଙ୍କର ବିବେକ ବାଧା ଦେବା ଉଚିତ୍ ।” ବାଂଲାଦେଶକୁ ନେଇ ତସଲିମା କହିଛନ୍ତି “ମୋ ମାତୃଭୂମିରେ ଚମତ୍କାର ଆର୍ôଥକ ବିକାଶ ସତ୍ତ୍ୱେ ବାଂଲାଦେଶରେ ଚରମପନ୍ଥୀ ମାନସିକତା ବୃଦ୍ଧି ପାଇବାରେ ଲାଗିଛି । ଲିଙ୍ଗଗତ ଅସନ୍ତୁଳନ ନିୟମିତ ଏକ କାରଣ ହୋଇ ରହିଛି । ସାମ୍ପ୍ରଦାୟିକ ସଂଗଠନର ଲୋକଙ୍କୁ ସାମାଜାଜିକ ତଥା ରାଜନୈତିକ କ୍ଷେତ୍ରରେ ସ୍ଥାନ ଦିଆଯାଉଛି ।” ସୂଚନା ଥାଉକି ତସଲିମା ନସରିନ ଜଣେ ପ୍ରଖ୍ୟାତ ଲେଖିକା । ତାଙ୍କ ପୁସ୍ତକ ଅନ୍ତର୍ଜାତୀୟ ସ୍ତରରେ ଅନେକ ଖ୍ୟାତି ଅର୍ଜନ କରିଛି । ୧୯୯୦ ଦଶକରେ ସାହିତ୍ୟ ମାଧ୍ୟମରେ ସେ ମହିଳାଙ୍କ ଅଧିକାର ବିଷୟରେ ସ୍ୱର ଉଠାଇ ସେ ଇସ୍ଲାମ ଚରମପନ୍ଥୀଙ୍କ ଆକ୍ରୋଶର ଶିକାର ହୋଇଛନ୍ତି । ତାଙ୍କ ବିରୁଦ୍ଧରେ ଏକାଧିକ ଥର ଫତୱା ଜାରି କରାଯାଇଛି । ବାଂଲାଦେଶରୁ ସେ ଦୀର୍ଗ ୨୫ ବର୍ଷରୁ ଅଧିକ ସମୟ ହେବ ନିର୍ବାସନ ହେବା ପରେ ଜାପାନ, ଆମେରିକା ଓ ସ୍ୱିଡେନ୍ ଯିବା ପରେ ଏବେ ସେ ଭାରତରେ ରହୁଛନ୍ତି । ତସଲିମା ଏବେ ଦିଲ୍ଲୀରେ ରହୁଛନ୍ତି । ସେ ଅଭିଯୋଗ କରିଛନ୍ତି “ ଗୋଟିଏ ପଟେ ବାଂଲାଦେଶର ମୁଣ୍ଡ ପିଛା ଆଯ ବଢୁଛି । ଅର୍ଥାତ ଭଲ ବେସ୍ ତିଆରି ହେଉଛି । ହେଲେ ଅନ୍ୟ ପଟେ ପିଲାଙ୍କୁ ଚରମପନ୍ଥୀର ପାଠ ପଢ଼ାଉଥିବା ଧାର୍ମିକ ମଦ୍ରାସାର ବି ତିଆରି ଚାଲିଛି ।”

Leave a Reply

Your email address will not be published. Required fields are marked *