ଏବିଭିପି ପକ୍ଷରୁ ନଗର ସମ୍ମିଳନୀ

ଗୁଣପୁର: ଚଳିତବର୍ଷ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଗୁଣପୁର ଶାଖା ତରଫରୁ ସ୍ଥାନୀୟ ଟାଉନ ହାଲ୍‌ଠାରେ ଆୟୋଜିତ ନଗର ସମ୍ମିଳନୀ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ତଥା ଏବିଭିପିର ସଂଗଠନ ମନ୍ତ୍ରୀ ତନ୍ମୟ ପ୍ରିୟଦର୍ଶନୀ ପ୍ରତ୍ୟେକ ବିଦ୍ୟାର୍ଥୀ ନିଜ ଶିକ୍ଷା, ଭବିଷ୍ୟତ, ସାମାଜିକ ଜୀବନ ଶୈଳୀ ବିଷୟରେ ଜାଣିବା ଆବଶ୍ୟକ ଏବଂ ପ୍ରତ୍ୟେକ ଛାତ୍ରର ଶିକ୍ଷା ଜୀବନ ରାଷ୍ଟ୍ର ପାଇଁ ଉତ୍ସର୍ଗୀକୃତ ହେବା ଦରକାର ବୋଲି ମତବ୍ୟକ୍ତ କରିଥିଲେ । ବିଭିନ୍ନ କଲେଜରୁ ଶତାଧିକ ସଂଖ୍ୟାରେ ଆସିଥିବା ବିଦ୍ୟାର୍ଥୀ ଓ ବିଦ୍ୟାର୍ôଥନୀମାନେ ଏହି ନଗର ସମ୍ମିଳନୀ କାର୍ଯ୍ୟକ୍ରମରେ ଭାଗ ନେବା ସହ ବକ୍ତୃତା, ସଂଗୀତ ଓ ପୋଷ୍ଟର ତିଆରି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପୁରସ୍କାର ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଉପଖଣ୍ଡ ଆରକ୍ଷୀ ଅଧିକାରୀ ବାବୁଲି ନାୟକ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମର ସଭାକୁ ଜିଲ୍ଲା ପ୍ରମୁଖ ଶେଷ ସାୟୀ ସେନାପତି ଓ ନଗର ସଭାପତି ପ୍ରଫୁଲ୍ଲ ଲିମା ପରିଚାଳନା କରିଥିଲେ । ଡ଼ ପ୍ରଶାନ୍ତ ହୋତା ଏହି କାର୍ଯ୍ୟକ୍ରମରେ ସ୍ୱାଗତ, ଅତିଥି ପରିଚୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ତୁଲାଇଥିଲେ । ଚଳିତ ବର୍ଷ ଏବିଭିପିର ନୂତନ କାର୍ଯ୍ୟକାରୀ କମିଟିମାନଙ୍କ ନାମ ଘୋଷଣା ସହ ଏହି କାର୍ଯ୍ୟକ୍ରମରେ ଶପଥ ଗ୍ରହଣ ସମାରୋହ କରାଯାଇଥିଲା । ପ୍ରତ୍ୟେକ ୧୦ଟି ୟୁନିଟରେ ସଭାପତି ଓ ସମ୍ପାଦକ ଭାବେ ୨ ଜଣଙ୍କୁ ଦାୟିତ୍ୱ ପ୍ରଦାନ କାରାଯାଇଥିଲା । ସେଭଳି ନଗର ଶାଖା ନିମନ୍ତେ ଚଳିତ ବର୍ଷର ନଗର ସଭାପତି ଦାୟିତ୍ୱ ଲକ୍ଷ୍ମୀ ମହାଙ୍କୁଡ଼, ନଗର ପ୍ରମୁଖ ପ୍ରଫୁଲ୍ଲ ଲିମା ଅଧ୍ୟାପକ, ଉପସଭାପତି ସସ୍ମିତା ବାଉରୀ ଅଧ୍ୟାପିକା ଓ ଅଧ୍ୟାପକ ପୁଣ୍ୟଶ୍ଲୋକ ସାହୁଙ୍କୁ ଦାୟିତ୍ୱ ଦିଆଯାଇଥିଲା । ନଗର ସମ୍ପାଦକ ସାଇ ପାଣିଗ୍ରାହୀ, ନଗର ଯୁଗ୍ମ ସମ୍ପାଦକ ପୁପୁନ ରାଜୁ, ଟିଏସ୍‌ଭିପି ଦେବାଶିଷ ସେନାପତି ନିରଞ୍ଜନ କିମ୍ବା ଷ୍ଟୁଡେଣ୍ଟ ଫର୍ ସେବା ତାରିଣୀ ଶବର, ଲକି କୁମାର କୁଣ୍ଡ, ପିଣ୍ଟୁ ଶବର, ରାଷ୍ଟ୍ରୀୟ କଳା ମଞ୍ଚ ସମ୍ବିତ ସୂର୍ଯ୍ୟ, ବିକ୍ରମ ନାୟକ ବଂଶଧାରା କଲେଜ ପାଠଚକ୍ର ପ୍ରମୁଖ ହରିଶଙ୍କର କର, ଗୁରୁକୁଳ କଲେଜ ସାମାଜିକ ଗଣମାଧ୍ୟମ ପ୍ରମୁଖ ଜିତେନ୍ଦ୍ର ପାଣ୍ଡୁ ସାହୁ ଡମ୍ବସର । ଯୁକ୍ତଦୁଇ କଲେଜ, ଗଣମାଧ୍ୟମ ସଂଯୋଜକ ଦୀପିକା ଟାକିରି ଓ ଥାବିର ଭୋଇ ବଂଶଧାରା କଲେଜ, ବିକାଶ୍ୱାର୍ଥେ ବିଦ୍ୟର୍ଥୀ ଆୟାମ ନିମନ୍ତେ ଅଶୋଜ ମଣ୍ଡଳ ଓ ଘାସୀ ନାଥ ଗମାଙ୍ଗଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ବିଭାଗ ପ୍ରମୁଖ ଉମା ଦାଶ, ସଂଯୋଜକ ବି ସତୀଶ କୁମାର, ସହ ସଂଯୋଜକ ଶିବ ସାହୁ, ବିଭାଗ ସଂଯୋଜକ ଏସ୍ ଶିବାଜୀ ଓ ବି କିରଣ ପ୍ରମୁଖ ପାରିଚାଳନା କରିଥିଲେ । ବିଭିନ୍ନ ରାଷ୍ଟ୍ର ପ୍ରେମ ସ୍ଲୋଗାନରେ ସଭାଗୃହ ପ୍ରକମ୍ପିତ ହୋଇ ନୂତନ ସଭାପତି ଲକ୍ଷ୍ମୀ ମହାଙ୍କୁଡ଼ ଧନ୍ୟବାଦ ଅର୍ପଣ କରିଥିଲେ

Leave a Reply

Your email address will not be published. Required fields are marked *