ହିନ୍ଦୁ ଜାଗରଣ ମଞ୍ଚ ତରଫରୁ ଗୋ ପୂଜନ

ଭୁବନ: ହିନ୍ଦୁ ଜାଗରଣ ମଂଚ ଆନୁକୁଲ୍ୟରେ ଏବଂ କାଶୀ ବିଶ୍ୱନାଥ ମନ୍ଦିର(ଛତାମଠ) ସହଯୋଗରେ ରକ୍ଷା ବନ୍ଧନ ଓ ଗୋ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭୁବନ ସିନେମା ହଲ ସମ୍ମୁଖ ପଡ଼ିଆରେ ହିନ୍ଦୁ ଜାଗରଣ ମଂଚ, ଓଡ଼ିଶା ପୂର୍ବ ସଂଗଠନ ଶ୍ରୀମାନ ତନ୍ମୟ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବ ରେ ଭୁବନ ନଗରପାଳ ଶୁଭେନ୍ଦୁ କୁମାର ସାହୁ ମୁଖ୍ୟ ଅତିଥି ଓ ଛତା ମଠ ଟ୍ରଷ୍ଟ ସଭାପତି ହରିହର ସାହୁ, ପ୍ରେମାନନ୍ଦ ଜେନା, ବ୍ରହ୍ମା କୁମାରୀ ବିଜୟା ଭଉଣୀ, ନିଆଳିର ନିରାକାର ବାବା, କଟକ ସଂଯୋଜକ ସ୍ୱାଗତ ଜେନା, କଟକ ପ୍ରମୁଖ ଶୁଭାଶିଷ ମିଶ୍ର, ପୂର୍ଣ୍ଣଚନ୍ଦ୍ର ଜେନା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ରକ୍ଷାବନ୍ଧନ, ଗୋ ମାତା ଓ ଗୋ ସୁରକ୍ଷା ସଂପର୍କରେ ମାର୍ଗ ଦର୍ଶନ କରିଥିଲେ ।

Leave a Reply

Your email address will not be published. Required fields are marked *