ନିଆରା ଢଂଗରେ ଆଦିବାସୀ ଛାତ୍ର ଛାତ୍ରୀ ଏବଂ ଗ୍ରାମ ବାସି ଙ୍କ ସହ ରକ୍ଷାବନ୍ଧନ ପାଳିଲେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର

ନୀଳଗିରି : ସାରା ରାଜ୍ୟରେ ଆଜି ଏବଂ ଆସନ୍ତା କାଲି ରକ୍ଷାବନ୍ଧନ ପର୍ବ ପାଳନ ହୋଇ ଆସୁଅଛି ନୀଳଗିରି ଅଂଚଳର ଥିବା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଗୁରୁଜୀ , ଗୁରୁ ମାଁ ମାନେ ନିଆରା ଢଂଗରେ ଆଦିବାସୀ ଛାତ୍ର ଛାତ୍ରୀ ଏବଂ ଗ୍ରାସ ବାସି ଙ୍କ ସହ ରକ୍ଷାବନ୍ଧନ ପାଳିଥିବା ଦେଖାଯାଇଛି ବିଶେଷ କରି ପଛୁଆ ବର୍ଗ ସମ୍ପ୍ରଦାୟର ପିଲା ମାନେ କିଭଳି ସଭିଏଁ ପଢନ୍ତୁ ସଭିଏଁ ବଢ଼ନ୍ତୁ ଭଳି ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଏଭଳି ଅଭିନବ ପ୍ରୟାସ କରାଯାଇଛି ନୀଳଗିରି ମିରିଗିଣି ଅଂଚଳ ଶାଳବନ୍ଧ ଗ୍ରାମରେ ସମୁଦାୟ ପରିବାର ଆଦିବାସୀ ସମ୍ପ୍ରଦାୟର ହୋଇଥିବାରୁ ନୀଳଗିରି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପକ୍ଷରୁ ଏକ ସରସ୍ୱତୀ ସଂସ୍କାର କେନ୍ଦ୍ର ଖୋଲା ଯାଇ ଶିକ୍ଷାଦାନ କରାଯାଉଛି ଆଜି ଉକ୍‌ତ ବିଦ୍ୟାଳୟର ପ୍ରଧାନ ଗୁରୁଜୀ ଜୟକୃଷ୍ଣ ବାରିକ ଙ୍କ ତତ୍ୱାଧାନରେ ଉକ୍‌ତ କେନ୍ଦ୍ରରେ ଅଧ୍ୟୟନରତ ଛାତ୍ରଛାତ୍ରୀ , ଶିକ୍ଷାରୁ ବଂଚିତ କୋମଳମତି ସମସ୍ତ ପିଲା , ଗ୍ରାମର ସମସ୍ତ ଅଭିଭାବକ ଏବଂ ଗ୍ରାମ ବାସୀଙ୍କ ସହ ରକ୍ଷାବନ୍ଧନ ପାଳନ କରିଛନ୍ତି ସମସ୍ତଙ୍କୁ ରାଖୀ , ମିଠା ଦେଇ ଏହି ଉତ୍ସବ କୁ ପାଳନ କରାଯାଇଥିଲା ବିଦ୍ୟାଳୟର ପ୍ରଧାନ ଗୁରୁଜୀ ସହ କୋଷାଧକ୍ଷ ପ୍ରଦୀପ କୁମାର ବେହେରା ଏବଂ ସମସ୍ତ ଗୁରୁଜୀ ଗୁରୁମାଁ ଉପସ୍ଥିତ ଥିଲେ ା

Leave a Reply

Your email address will not be published. Required fields are marked *