Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଗୋ ମାଂସ ଟ୍ରକ ଜବତ; ୨ ଗିରଫ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଗୋ ମାଂସ ଟ୍ରକ ଜବତ; ୨ ଗିରଫ

ବାରଙ୍ଗ,୨୪/୭: ବାରଙ୍ଗ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବଜରଙ୍ଗ ଦଳର କର୍ମକର୍ତ୍ତା ମାନେ ଗୋମାଂସ ବୋଝେଇ ଟ୍ରକକୁ ଜବତ କରି ଦୁଇଜଣଙ୍କୁ ଅଟକ ରଖି ବାରଙ୍ଗ ଥାନା ପୁଲିସ ଜିମା ଦେଇଛନ୍ତି । ଘଟଣାରୁ ପ୍ରକାଶ ସୋମବାର ଅପରାହ୍ନରେ ଆଠଗଡ଼ ତିଗିରିଆ ଅଞ୍ଚଳରୁ ଏମଏଚ-୧୩-ସିୟୁ୩୩୩୩ ନଂ ଟ୍ରକଟି ଗୋମାଂସ ବୋଝେଇ କରି ହାଇଦ୍ରାବାଦ ଅଭିମୁଖେ ଯାଉଥିଲା । ବିଶେଷ ସୂତ୍ରରୁ ଖବର ପାଇ କଟକ ମହାନଗର ବଜରଙ୍ଗ ଦଳ ସଂଯୋଜକ ଅସିତ କୁମାର ସ୍ୱାଇଁଙ୍କ ସମେତ ଅନ୍ୟ ସଦସ୍ୟ ବାରଙ୍ଗ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗାଡ଼ିଟିକୁ ଅଟକ ରଖିଥିଲେ । ଘଟଣା ସ୍ଥଳରେ ଗୋଟିଏ ଗାଡ଼ିକୁ କର୍ମୀ ମାନେ ଅଟକ ରଖିଥିବା ବେଳେ ଅନ୍ୟ ଦୁଇଟି ଗୋମାଂସ ବୋଝେଇ ଟ୍ରକ ଫେରାର ହୋଇଯାଇଛି । ଏହି ସମୟରେ ଉକ୍ତ ସ୍ଥାନରେ ବଜରଙ୍ଗ ଦଳର କର୍ମକର୍ତାଙ୍କୁ ଗୋମାଂସ ଚାଲାଣକାରୀ ଆକ୍ରମଣ କରିଥିଲେ । ସ୍ଥାନୀୟ ଲୋକେ ଏଭଳି ଘଟଣା ଦେଖି ଗାଡ଼ି ଚାଳକଙ୍କୁ କାବୁ କରିବା ସହ ବାରଙ୍ଗ ଥାନାକୁ ଖବର ଦେଇଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିଟିକୁ ଜବତ କରିବା ସହ ୨ଜଣଙ୍କୁ ଗିରଫ କରିଛି । ଏବଂ ବାରଙ୍ଗ ଥାନାରେ ବଜରଙ୍ଗ ଦଳର ମୂଖ୍ୟ ପବିତ୍ରମୋହନ ଦାସଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବାରଙ୍ଗ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ପ୍ରକୃତ ଆସାମୀ କୁ ଧରିବା ପାଇଁ ଥାନା ଅଧିକାରି ପ୍ରତିନିଧି ମଣ୍ଡଳୀକୁ ପ୍ରତିଶୃତି ଦେଇଛନ୍ତି । ଏହି ଗାଡିରେ ୧୫ ଟନ ଗୋ ମାଂସ ଥିବାର ସୂଚନା ମିଳିଛ

Leave a Reply