Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନ ଜଳାଯିବାକୁ ଥିବା ୧୦୮ ଫୁଟ ଲମ୍ବର ଧୂପକାଠିରେ ରହିଛି ଏହି ସ୍ୱତନ୍ତ୍ରତା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନ ଜଳାଯିବାକୁ ଥିବା ୧୦୮ ଫୁଟ ଲମ୍ବର ଧୂପକାଠିରେ ରହିଛି ଏହି ସ୍ୱତନ୍ତ୍ରତା

ଅଯୋଧ୍ୟା: ଅଯୋଧ୍ୟାର ଭବ୍ୟ ରାମମନ୍ଦିରରେ ଆସନ୍ତା ଜାନୁଆରି ୨୨ରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ପ୍ରଧାନମନ୍ତ୍ରୀ ଏହାର ନୀତିକାନ୍ତି କରିବେ । ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ବିଭିତ୍ତ ଲୋକ ବିଭିନ୍ନ ପ୍ରକାର ଉପାୟରେ ଏହି ଦିନକୁ ସ୍ମୃତି କରି ରଖିବା ପାଇଁ ଯୋଜନା କରିଛନ୍ତି । ଏହି ଅବସରରେ ଅଯୋଧ୍ୟାରେ ରାମଲାଲାଙ୍କ ପାଇଁ ୧୦୮ ଫୁଟ ଲମ୍ୱର ଧୂପକାଠି ତିଆରି କରାଯାଉଛି । ଏହି ସ୍ୱତନ୍ତ୍ର ଧୂପକାଠି ୩ ହଜାର ୪୨୮ କିଲୋଗ୍ରାମ ଓଜନ ବିଶିଷ୍ଟ ରହିଥିବା ବେଳେ ଏହାର ମୋଟେଇ ୩.୫ ଫୁଟ ରହିଛି । ଧୂପକାଠିର ବିଶେଷତ୍ୱ ହେଉଛି ଥରେ ଜଳିଲେ ଏହା ୪୫ ଦିନ ପର୍ଯ୍ୟନ୍ତ ଲିଭିବନାହିଁ । ଏହି ଧୂପକାଠିକୁ ଗୁଜରାଟର ବଡୋଦରା ତରସାଲି ଅଞ୍ଚଳରେ କାରିଗରମାନେ ତିଆରି କରିଛନ୍ତି । ଖୁବଶୀଘ୍ର ଏହାର ପ୍ରସ୍ତୁତି କାମ ଶେଷ ହୋଇଯିବ । ଜାନୁଆରି ୨୨ ତାରିଖରେ ପ୍ରଭୂ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଥିବା ବେଳେ ଜାନୁୟାରି ୧୬ ତାରିଖରେ ଧୂପକାଠିକୁ ଅଯୋଧ୍ୟାରେ ପହଞ୍ଚାଇବାର ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ଜାନୁଆରି ପହିଲାରୁ ସ୍ୱତନ୍ତ୍ର ଟ୍ରକ ଯୋଗେ ଏହି ଧୂପକାଠିକୁ ଅଯୋଧ୍ୟା ନିଆଯିବ ।

Leave a Reply