କରଞ୍ଜିଆ ଠାରେ ନିମନ୍ତ୍ରଣ ଓ ଅକ୍ଷତ ବିତରଣ ଅଭିଯାନ

କରଞ୍ଜିଆ: ଅଯୋଧ୍ୟାରେ ଆଗାମୀ ଜାନୁଆରୀ ମାସ ୨୨ ତାରିଖରେ ହେବାକୁ ଥିବା ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉପଲକ୍ଷେ କରଞ୍ଜିଆ ଠାରେ ନିମନ୍ତ୍ରଣ ଓ ଅକ୍ଷତ ବିତରଣ ଅଭିଯାନ ବୁଧବାର ଦିନ ଠାରୁ ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ସହଯୋଗରେ ଶୁଭାରମ୍ଭ କରାଯାଇଛି । ଏହି ପରିପ୍ରେକ୍ଷୀରେ କଳସ ଶୋଭାଯାତ୍ରା କରଞ୍ଜିଆ ରାମବାଟିକା ନିକଟରୁ ବାହାରି ସହର ପରିକ୍ରମା କରିଥିଲା । ଏହା ସମଗ୍ର କରଞ୍ଜିଆ ସହର ଓ ଗ୍ରାମାଞ୍ଚଳରେ ଘରେ ଘରେ ବୁଲି ଲୋକଙ୍କୁ ଅଯୋଧ୍ୟା ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ନିମନ୍ତ୍ରଣ ଜଣାଇବ । ଏହି କାର୍ଯ୍ୟକ୍ରମରେ ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ସଦସ୍ୟ ଜଗବନ୍ଧୁ ମହାନ୍ତ, ସ୍ମୃତି ରଞ୍ଜନ ମହାନ୍ତ, ରୂପଧର ମହାନ୍ତ, ଦିଲ୍ଲୀପ କୁମାର ମହାନ୍ତ, ନାଣ୍ଡୁ ଦାସ,ସରୋଜ କର, ଗୈାର ଧଳ, କ୍ଷିରୋଦ ମହାନ୍ତ ବୋଧିରଜତ ମହାନ୍ତ, ଭାରତୀୟ ଜନତା ପାର୍ଟିର ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ସଭାପତି କୃପାସିନ୍ଧୁ ମହାନ୍ତ,କୃଷକ ମୋର୍ଚ୍ଚା ସଭାପତି ମଦନମୋହନ ମହାନ୍ତ, ଜିଲ୍ଲା ସାଧାରଣ ସମ୍ପାଦକ ଆଶିଷ କୁମାର ମହାନ୍ତ,ଯୁଗଳ ନାଏକ ପ୍ରମୁଖଙ୍କ ସହ ବହୁ ସଂଖ୍ୟକ ଯୁବକ,ଯୁବତୀ ଓ ମହିଳା ଯୋଗଦାନ କରିଥିଲେ ।

Leave a Reply

Your email address will not be published. Required fields are marked *