ପ୍ରଭୂଶ୍ରୀରାମଙ୍କ ବ୍ୟଙ୍ଗାତ୍ମକ ନାଟକ ପରିବେଷଣ ବିରୋଧରେ ଥାନାର ଦ୍ୱାରସ୍ଥ ହେଲା ନୀଳଗିରି ଦେବସେନା

ନୀଳଗିରି : ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ର କୋଟି କୋଟି ହିନ୍ଦୁ ଭାରତୀୟଙ୍କ ହୃଦୟ ସମ୍ରାଟ । ତାଙ୍କୁ ନେଇ ଭଦ୍ରକ ଆଗରପଡ଼ା କଲେଜରେ କିଛିଦିନ ପୂର୍ବରୁ ନାଟକ ପରିବେଷଣ କରାଯାଇଥିଲା । ଏଥିରେ ପ୍ରଭୁ ଶ୍ରୀରାମ, ପ୍ରଭୁ ଲକ୍ଷ୍ମଣ ଏବଂ ମାତା ସୀତାଙ୍କୁ ନେଇ ମଞ୍ଚସ୍ଥ କରାଯାଇଥିବା ନାଟକରେ ବ୍ୟଙ୍ଗତ୍ମକ ରୂପରେ ଚିତ୍ରଣ କରାଯାଇ ଆଧୁନିକ ଢଙ୍ଗରେ ରୂପ ଦିଆଯାଇଥିଲା ଯାହା ଏବେ ସୋସିଆଲ ମିଡିଆରେ ଘୁରିବୁଲୁଛି । ଏଭଳି ବିକୃତ ମାନସିକତା ହିନ୍ଦୁମାନଙ୍କ ଭାବନା ପ୍ରତି କଠୋର ଆଘାତ ଦେବା ସହ ହିନ୍ଦୁ ସମାଜ ପାଇଁ ଗ୍ରହଣୀୟ ନୁହେଁ । ତେଣୁ ସମଗ୍ର ରାଜ୍ୟରେ ବିଭିତ୍ତ ହିନ୍ଦୁ ସଂଗଠନ ଦ୍ୱାରା ଏହାକୁ ବିରୋଧ କରାଯାଇଛି । ନୀଳଗିରିର ହିନ୍ଦୁ ସଙ୍ଗଠନ ଦେସେନା ତରଫରୁ ବ୍ଲକ୍ ସଭାପତି ବାଦଲ କୁମାର ପଣ୍ଡାଙ୍କ ନେତୃତ୍ୱରେ ରାଜ୍ୟ ପରାମର୍ଶଦାତା ଅଜିତ ପାଣିଗ୍ରାହୀ, ବାଲେଶ୍‌ୱର ଜିଲ୍ଲା ପରାମର୍ଶଦାତା ଜ୍ଞାନରଞ୍ଜନ ଜେନା, ଦୀପକ ବିଶ୍ୱାଳ, ସୁନୀତା ସିଂ, ହରେକୃଷ୍ଣ ବିନ୍ଧାଣୀ, କୈଳାସ ଚନ୍ଦ୍ର ରାଉତ ଦିପ୍ତିକାନ୍ତ ମହାପାତ୍ରଙ୍କ ଉପସ୍ଥିତିରେ ନୀଳଗିରି ଆଇ ଆଇ ସି ଗୋପାଳ ଚନ୍ଦ୍ର କର୍ଣ୍ଣଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରାଯାଇଛ

Leave a Reply

Your email address will not be published. Required fields are marked *