ଧର୍ମାନ୍ତରଣ ସନ୍ଦେହରେ ୩ ଅଟକ
- ରେମୁଣା: ରେମୁଣା ଏନଏସି ଅନ୍ତର୍ଗତ ବିଦ୍ୟାଧରପୁର ଗାଁରେ ଧର୍ମାନ୍ତରଣ ସନ୍ଦେହରେ ପୁଲିସ ୩ ଜଣଙ୍କୁ ଅଟକ ରଖ୍ ପଚରାଉଚୁରା ପରେ ଛାଡ଼ିଦେଇଛି. ସେପ୍ଟେମ୍ବର ୨୭ ତାରିଖ ପୂର୍ବାହ୍ନରେ ରେମୁଣା ପୁଲିସ ପହଞ୍ଚି ସେମାନଙ୍କୁ ପଚରାଉଚୁରା କରି ଆଣିବାକୁ ଡାକିଥିଲା.ଏ ସମ୍ପର୍କରେ ଏସଆଇ ଭଗବାନ ଦାସ କହିଛନ୍ତି ଯେ ଆମେ ସୂଚନା ପାଇବା ପରେ ସେଠାକୁ ଯାଇଥିଲୁ. ଜଣାପଡ଼ିଥିଲା ଯେ ସେଠାରେ ଜଣେ ବ୍ୟକ୍ତିଙ୍କ ଘରେ ପ୍ରତି ରବିବାର ଖ୍ରୀଷ୍ଟ ଧର୍ମର ପ୍ରାର୍ଥନା ସଭା ଆୟୋଜିତ ହେଉଛି. ସେଠାକୁ ବାଳଗୋପାଳପୁର ସପନା ଅଞ୍ଚଳର କାର୍ତ୍ତିକ ସିଂ, ଆର୍ମଲାର ଲକ୍ଷ୍ମଣ ସିଂ ଏବଂ ଟେଙ୍ଗୁଆ ମଙ୍ଗଳପୁରର ମହେନ୍ଦ୍ର ସିଂ ଆଦି ଆସିଥିଲେ. ସେମାନଙ୍କୁ ତାଗିଦ ପରେ ଛାଡ଼ି ଦିଆଯାଇଥିବା ସେ କହିଛନ୍ତି.ବିଦ୍ୟାଧରପୁର ଗାଁରେ କିଛି ଆଦିବାସୀ ଲୋକଙ୍କୁ ଏକାଠି କରି ଖ୍ରୀଷ୍ଟ ଧର୍ମ ସମ୍ପର୍କରେ ବୁଝା ଯାଉଥିବା ଖବର ପାଇ ସ୍ଥାନୀୟ ଯୁବକ ପହଞ୍ଚିଥିଲେ.
- ସେଠାରେ ମହିଳା ଓ ପିଲାମାନଙ୍କୁ ବିଷୟଗୁଡ଼ିକ ବୁଝାଯାଉଥିବା ବେଳେ କେହି ଏ ସମ୍ପର୍କରେ ପୁଲିସ୍କୁ ଖବର ଦେଇଥିଲେ.