ଖୋର୍ଦ୍ଧା ପୁଲିସ ହାତରେ ୩ ଜଣ ଗୋ ମାଫିଆ

ଖୋର୍ଦ୍ଧା: ସେପ୍ଟେମ୍ବର ୨୭ ତାରିଖ ଦିନ ଖୋର୍ଦ୍ଧା ପୁଲିସ ହାତରେ ୩ ଜଣ ଗୋ ମାଫିଆ ଧରାପଡ଼ିଛନ୍ତି. ଆଦର୍ଶ ଥାନା ଓ ସଦର ଥାନା ସେମାନଙ୍କଠାରୁ ଗୋ-ଚମଡ଼ା ସହ ୨ଟି ଗାଡ଼ି ଜବତ କରିଛି. ୩ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି. ଅଭିଯୁକ୍ତମାନେ ହେଲେ ତେଲେଙ୍ଗାନାର ଧୀରାଭାଥ ନରେଶ, ଧନଭାଥ ନରେଶ ଏବଂ ଭେଙ୍କଟାଇ ବାଲାରାଜୁ (୪୫).

୨୭ ତାରିଖ ଦିନ ହାଇଦ୍ରାବାଦ୍‌ରୁ ପଶ୍ଚିମବଙ୍ଗ ଚାଲାଣ ହେଉଥିବାବେଳେ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖ ୧୬ ନଂ ଜାତୀୟ ରାଜପଥ ନିକଟରୁ ଆଦର୍ଶ ଥାନା ପୁଲିସ ୭ ହଜାର ଖଣ୍ଡ ଗୋ-ଚମଡ଼ା ଜବତ କରିଛି. ଏହି ଘଟଣାରେ ତେଲେଙ୍ଗାନାର ଧାରାଭାଥ ନରେଶ ଓ ଧନଭାଥ ନରେଶଙ୍କୁ ପୁଲିସ ଗିରଫ କରିଛି.

ସେହିଭଳି ଆଉ ଏକ ଟ୍ରକରେ ଗୋ-ଚମଡ଼ା ଚାଲାଣବେଳେ ଦଧିମାଛମାଡ଼ିଆ ଢାବା ନିକଟରୁ ଖୋର୍ଦ୍ଧା ସଦର ଥାନା ପୁଲିସ ଟ୍ରକ ସହ ୩,୪୯୪ ଖଣ୍ଡ ଚମଡ଼ା ଜବତ କରି ତେଲେଙ୍ଗାନା ମହବୁବ୍ ନଗର ଜିଲ୍ଲା ପେରପଲ୍ଲା ଗ୍ରାମର ଭେଙ୍କଟାଇ ବାଲାରାଜୁଙ୍କୁ ଗିରଫ କରିଛି.

ବଜରଙ୍ଗ ଦଳ କର୍ମୀଙ୍କ ଅଭିଯୋଗ କ୍ରମେ ଅଭିଯୁକ୍ତମାନଙ୍କ ନାମରେ ବେଆଇନ ଗୋ-ଚମଡ଼ା ଚାଲାଣ ଅଭିଯୋଗରେ ମାମଲା ରୁଜୁ ହୋଇଛି.

Leave a Reply

Your email address will not be published. Required fields are marked *