୬ ଗୋରୁ ଜବତ, ୪ ଗିରଫ
ଆନନ୍ଦପୁର,୨୯/୫ : ବେଆଇନ ଗୋ-ଚଲାଣ ଅଭିଯୋଗରେ ଘସିପୁରା ପୁଲିସ ଏକ ଭ୍ୟାନ୍ ସହିତ ୬ ଗୋରୁ ଜବତ କରିଥିବାବେଳେ ଏହି ବେଆଇନ ଗୋ-ଚାଲାଣରେ
ସାମିଲ ୪ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଗୁରୁବାର ବିଳମ୍ବିତ ରାତିରେ ବେଆଇନ ଏକ ଭ୍ୟାନରେ ୬ ଗୋଟି ଗୋରୁ-ଚଲାଣ ସମ୍ପର୍କରେ ସୂଚନା ପାଇ ଘସିପୁରା ପୁଲିସ ଚଢାଉ କରିଥିଲା। ସେମାନଙ୍କ ନିକଟରେ ଗୋ-ଚଲାଣ ସମ୍ପର୍କରେ କୌଣସି ଆବଶ୍ୟକ କାଗଜପତ୍ର ମିଳିପାରିନଥିଲା । ଘଟଣାକୁ ନେଇ ଘସିପୁରା ଥାନାରେ ୨୪୭|୨୬ ରେ ଏକ ମାମଲା ରୁଜୁ କରାଯାଇଛି।