୧ କ୍ଲିଣ୍ଟାଲ ଗୋ’ମାଂସ ଜବତ
ନାବାଳକ ସମେତ ୫ ଧରାପଡ଼ିଲେ
କୁତ୍ରା,୨୯/୫: ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ଥାନା ଅନ୍ତର୍ଗତ ଖତକୁରବାହାଲ ଅଞ୍ଚଳରେ ପୁଣିଥରେ ଗୋ’ମାଂସ କାଟି ଚାଲାଣ କରାଯାଉଥିବା ବେଳେ ପୁଲିସ ଚଢ଼ାଉ କରିଥିଲା। ପୁଲିସ୍ ହାତରେ ଜଣେ ନାବାଳକ ସମେତ ୫ ଜଣ ଧରାପଡ଼ିଛନ୍ତି। ଅଭିଯୁକ୍ତମାନଙ୍କ ନିକଟରୁ ପ୍ରାୟ ୧ କ୍ଵିଣ୍ଟାଲ ଗୋ’ମାଂସ, ଏକ କାର୍, ଏକ ବାଇକ୍, ଓଜନ ମାପ ଯନ୍ତ୍ର, ଛୁରୀ ଓ ପଲିଥନ୍ ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଏମ୍ଡି ଅସରଫ୍ (୪୦), ଏମ୍ଡି ଖାଲିପ୍ (୨୮), ଏମ୍ ଅକତର ଅନସାରୀ (୩୨), ଏମ୍ ରସୁଲ ସେକ୍ (୩୩)। ନାବାଳକଙ୍କୁ ବାଳ ସୁଧାର ଗୃହକୁ ପଠାଯିବ ବୋଲି ପୁଲିସ୍ କହିଛି।
ଓ
କୁତ୍ରା ଥାନା ଅନ୍ତର୍ଗତ ଉପରବାହାଲ ଜଙ୍ଗଲ ଅଞ୍ଚଳରେ ଭୋରରୁ ବିଭିନ୍ନ ସ୍ଥାନକୁ ଚାଲାଣ ପାଇଁ ଗୋ’ମାଂସ କାଟଯାଉଥିବା ଖବର ମିଳିଥିଲା। ପୁଲିସ ତୁରନ୍ତ ଚଢ଼ାଉ କରି ଘଟଣାସ୍ଥଳରୁ ଅଭିଯୁକ୍ତଙ୍କୁ କାବୁ କରିଥିଲା। ଚଢ଼ଉ ସମୟରେ ଜବତ ହୋଇଥିବା ପ୍ରାୟ ଏକ କ୍ଵାଣ୍ଟାଲ ଗୋ’ମାଂସକୁ ପରବର୍ତ୍ତୀ ସମୟରେ ନଷ୍ଟ କରାଯାଇଥିବା ଜଣାପଡ଼ିଛି। ଏହି ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିବା ବେଳେ ପୁଲିସ ବେଆଇନ ଗୋ’ମାଂସ ବ୍ୟବସାୟ ବିରୋଧରେ ଅଭିଯନକୁ ଆହୁରି କଡ଼ାକଡ଼ି କରିବାକୁ ଦାବି ହେଉଛି।