ନିମାପଡ଼ା ବ୍ଲକ୍ ହରିଶପୁର ମହାବୀର ମନ୍ଦିର ପ୍ରାଙ୍ଗଣରେ ହିନ୍ଦୁ ସମ୍ମିଳନୀ

ନିମାପଡ଼ା ବ୍ଲକ୍ ହରିଶପୁର ମହାବୀର ମନ୍ଦିର ପ୍ରାଙ୍ଗଣରେ ହିନ୍ଦୁ ସମ୍ମିଳନୀ
ନିମାପଡ଼ା: ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ୍ ହରିଶପୁର ମହାବୀର ମନ୍ଦିର ପ୍ରାଙ୍ଗଣରେ ଏକ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥ୍ୟ ଭାବେ ମଣିଜଙ୍ଗ ମନ୍ଦିର ମଠ ମହନ୍ତ ବୈକୁଣ୍ଠ ଦାସ, ମୁଖ୍ୟବକ୍ତା ବାମଦେବ ନାୟକ, ପୁରୀ ବିଭାଗର ସହ ସଂପର୍କ ପ୍ରମୁଖ ଓ ସମ୍ମାନୀତ ଅତିଥି ଭାବେ ଡ଼ା ତପନ ସାମଲ ଯୋଗ ଦେଇ ସନାତନ ଧର୍ମ କିପରି ରକ୍ଷା କରିବା, ଗୋମାତା ସୁରକ୍ଷା ବାବଦରେ ଆଲୋଚନା କରିଥିଲେ । ପରେ ହନୁମାନ ଚାଳିଶା ପାଠ, ସୁନ୍ଦରାକାଣ୍ଡ ପାଠ ସହ ଲୋଭାବତୀ ବେଦ ବିଦ୍ୟାଳୟର ଛାତ୍ରଙ୍କ ଦ୍ଵାରା ବେଦ ପଠନ ସହିତ ରାଷ୍ଟ୍ରୀୟ ଚିନ୍ତନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନାଗରିକ ମଂଚର ସଭାପତି ରବି ନାରାୟଣ ଷଡ଼ଙ୍ଗୀ ଓ କୋଷାଧ୍ୟକ୍ଷ ପ୍ରଫୁଲ୍ଲ ସାମନ୍ତସିଂହାର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଶେଷରେ ବରିଷ୍ଠ ଶିକ୍ଷାବିତ୍ ରବୀନ୍ଦ୍ର ନାଥ ସ୍ଵାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply