ଚାରିଛକ: ତୁଳସୀପୁର ଗ୍ରାମର ମା’ କନକଦୁର୍ଗା ମନ୍ଦିର ପରିସରରେ ହିନ୍ଦୁ ସମ୍ମିଳନୀ


ଚାରିଛକ: ତୁଳସୀପୁର ଗ୍ରାମର ମା’ କନକଦୁର୍ଗା ମନ୍ଦିର ପରିସରରେ ଏକ ହିନ୍ଦୁ ସମ୍ମିଳନୀ ତଥା ୧୦୮ ହନୁମାନ ଚାଳିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଦିତ୍ୟ ଶଙ୍କର କରଙ୍କ ସଂଯୋଜନାରେ ଆୟୋଜିତ ଉକ୍ତ ସମ୍ମିଳନୀରେ ଅତିଥିଭାବେ ପ୍ରଭାତ କୁମାର ମହାପାତ୍ର, ସୁଶାନ୍ତ କୁମାର ପରିଡ଼ା, ବନବିହାରୀ ଦାଶ, ଅନିରୁଦ୍ଧ ତ୍ରିପାଠୀ, ଅମୂଲ୍ୟ କୁମାର ନନ୍ଦ, ଅତୁଲନନ୍ଦ ଗିରି ଓ ପ୍ରେମାନନ୍ଦ ପାତ୍ର ପ୍ରମୁଖ ଯୋଗଦେଇ ସ୍ବଦେଶ ସାମଗ୍ରୀ ବ୍ୟବହାର କରିବା ସହିତ ବିଦେଶୀ ସାମଗ୍ରୀ ବର୍ଜନ କରିବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ସମାଜସେବା ପାଇଁ ସାମ୍ବାଦିକ ପ୍ରଫୁଲ କୁମାର କର, ସନ୍ତୋଷ କୁମାର ଦାଶ, ଶଙ୍କର ରାଉତ, ପ୍ରକାଶ ଚନ୍ଦ୍ର ସାହୁ, ଅରକ୍ଷିତ ଭୋଇ, ଦିଲୀପ ଦାସ, ଜବର ସାହୁ, ଗୋକୁଳାନନ୍ଦ ବେହେରା, ଭାଗୀରଥି ଓଝା, ଅଜୟ କୁମାର ଜେନାଙ୍କୁ ସମ୍ବଦ୍ଧିତ କରାଯାଇଛି। କାର୍ଯ୍ୟକ୍ରମକୁ ଗୌରୀ ପ୍ରସାଦ ତ୍ରିପାଠୀ, ରଜନୀକାନ୍ତ ତ୍ରିପାଠୀ, ଶଶୀଭୂଷଣ ସାହୁ, ପ୍ରସନ୍ନ କର, ତୋଫାନ ପାତ୍ର, ସୁଶାନ୍ତ କୁମାର ସାହୁ, ବିଜୟ ବେହେରା ପ୍ରମୁଖ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *