ମାନବତା ହିନ୍ଦୁ ଚିନ୍ତନର ମୂଳମନ୍ତ୍ର

ମାନବତା ହିନ୍ଦୁ ଚିନ୍ତନର ମୂଳମନ୍ତ୍ର
ପୁରୀ: ସନାତନ ସଂସ୍କୃତି, ପରମ୍ପରା ଓ ସାମାଜିକ ଏକତାର ପ୍ରତୀକ ସ୍ଵରୂପ ହିନ୍ଦୁ ସମ୍ମିଳନୀ ଆଖଣ୍ଡଳମଣି ମନ୍ଦିର ତପୋବନ ପରିସରରେ ଅନୁଷ୍ଠିତ ହୋଇଛି। ଗୋପୂଜନ ପରେ ହନୁମାନ ଚାଳିସା, ନାମ ସଂକୀର୍ତ୍ତନ ଓ ବେଦ ଧ୍ଵନି ମଧ୍ୟରେ ଏହି ସମ୍ମିଳନୀ ଉଦ୍‌ଘାଟିତ ହୋଇଥିଲା। ସମ୍ମିଳନୀରେ ଶ୍ରୀଚୈତନ୍ୟ ଚନ୍ଦ୍ରାଶ୍ରମ ମଠର ମଠାଧୀଶ ଭକ୍ତି ବିଜ୍ଞାନ ଅକିଞ୍ଚନ ମହାରାଜ ମୁଖ୍ୟ ଅତିଥି, ପ୍ରବଚକ ସୁଶାନ୍ତ କୁମାର ନାୟକ, ମୁକ୍ତି ମଣ୍ଡପ ପଣ୍ଡିତ ସଭାର ବିଚିତ୍ରାନନ୍ଦ ମିଶ୍ର, ସଂସ୍କୃତ ବିଶାରଦ ସତ୍ୟନାରାୟଣ ଦାଶ ପ୍ରମୁଖ ବରେଣ୍ୟ ଅତିଥି ଭାବେ ମଂଚାସୀନ ଥିଲେ। ବକ୍ତାମାନେ ବକ୍ତବ୍ୟରେ କହିଲେ, ମାନବତା ହେଉଛି ହିନ୍ଦୁ ଚିନ୍ତନର ମୂଳମନ୍ତ୍ର। ହିନ୍ଦୁର ଅନ୍ୟ ନାମ ଭାରତୀୟତା | ତ୍ୟାଗ ଦ୍ଵାରା ଭୋଗ କରିବା ହେଉଛି ହିନ୍ଦୁତ୍ୱ। ହିନ୍ଦୁ ମାନେ ହିଂସାକୁ ସହ୍ୟ କରନ୍ତି ନାହିଁ। ନିଜ ଜନ୍ମମାଟିକୁ ସେମାନେ ପିତୃଭୂମି, ମାତୃଭୂମି ଏବଂ ପୁଣ୍ୟ ଭୂମି ବୋଲି ବିବେଚନା କରି ମାତୃଭୂମି ଓ ମାତୃଭାଷାର ସେବା କରିବା ପାଇଁ ସର୍ବଦା ତତ୍ପର ଥାନ୍ତି।
ସାମ୍ପ୍ରତିକ ସ୍ଥିତିରେ ହିନ୍ଦୁସମାଜ ଏବଂ ସନାତନ ଧର୍ମ ବିପଦରେ ଥିବା ପରିପ୍ରେକ୍ଷୀରେ ସମଗ୍ର ହିନ୍ଦୁ ସମାଜ ଏକଜୁଟ ହେବାକୁ ସମ୍ମିଳନୀରେ ଆହ୍ଵାନ ଦିଆଯାଇଛି। ସମ୍ମିଳନୀ ସଂଯୋଜକ ଆଦିତ୍ୟ କୁମାର ଜେନା ଅତିଥିଙ୍କୁ ସ୍ଵାଗତ କରିଥିଲେ | ପ୍ରଜ୍ଞା ସାହୁ ମଞ୍ଚ ପରିଚାଳନା କରିଥିଲେ। ବେଦ ପାଠ କରିଥିଲେ ସୋନମ ପ୍ରିୟା ସେନାପତି | ଧନ୍ୟବାଦ ଅର୍ପଣ କରିଥିଲେ ଅଧ୍ୟାପକ ରତ୍ନାକର ସାହୁ। ଏହି ସମ୍ମିଳନୀରେ ଆଖଣ୍ଡଳମଣିଏବଂ ଅଲାମଚଣ୍ଡୀ ମନ୍ଦିର ବସତି ଅନ୍ତର୍ଗତ କୁମ୍ଭାରପଡ଼ା, ନବକଳେବର ରୋଡ, ବଡ଼ଶଙ୍ଖ, ଟିକରପଡା, ନୂଆସାହି, ଅବକାଶ ଲେନ୍ ଅଞ୍ଚଳର ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ। ଅକ୍ଷୟ ଦାଶ, ସର୍ବେଶ୍ୱର ବିଶୋଇ, ଲକ୍ଷ୍ମୀଧର ମାଝୀ, ବିକ୍ରମ ବରାଳ, ମହେନ୍ଦ୍ର ବିଶୋଇ, ସତ୍ୟନାରାୟଣ ଦାସ, ଦୁର୍ଗା ପ୍ରସାଦ ବିଶୋଇ, ପ୍ରସନ୍ନ କୁମାର ନାୟକ, ସବିତା ବିଶୋଇ, ଅଜୟ କୁମାର ଦାସ, ସ୍ନେହାଶିଷ ସାହୁ, ଦିଗମ୍ବର ପ୍ରଧାନ, ପ୍ରଶାନ୍ତ କୁମାର ପୃଷ୍ଟି, ଦେବୀ ପ୍ରସାଦ ଖଟେଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *