କରଞ୍ଜିଆ ପଡ଼ିଆଠାରେ ବିଶାଳ ହିନ୍ଦୁ ସମ୍ମିଳନୀ

ବାଲେଶ୍ଵର, ୨୫।୧: ହିନ୍ଦୁ ଏକତା ତଥା ସନାତନ ଧର୍ମର ବ୍ୟାପକତା ଏବଂ ସୁରକ୍ଷାର ବାର୍ତ୍ତା ନେଇ ସମଗ୍ର ହିନ୍ଦୁ ସମାଜ ଆନୁକୁଲ୍ୟରେ ସ୍ଥାନୀୟ କରଞ୍ଜିଆ ପଡ଼ିଆଠାରେ ବିଶାଳ ହିନ୍ଦୁ ସମ୍ମିଳନୀ ଆୟୋଜିତ ହୋଇଯାଇଛି l କରଞ୍ଜିଆ କେନ୍ଦ୍ର ଗାନ୍ଧିନଗର ପଡିଆରେ ଅନୁଷ୍ଠିତ ହିନ୍ଦୁ ସମ୍ମିଳନୀ ରେ ମୁଖ୍ୟ ଅତିଥି ଭାବେ ଜଗନ୍ନାଥ ସଂସ୍କୃତି ଗବେଷକ ପଣ୍ଡିତ ଡ. ସୁଶାନ୍ତ କୁମାର ପଣ୍ଡା ଯୋଗଦେଇ ଜଗନ୍ନାଥ ସଂସ୍କୃତି ଓ ହିନ୍ଦୁ ଧର୍ମର ବୈଶିଷ୍ଟ୍ୟ ବିଷୟରେ ବର୍ଣ୍ଣନା କରିଥିଲେ। ମୁଖ୍ୟ ବକ୍ତା ଭାବେ ବାଲେଶ୍ୱର ବିଭାଗ ଧର୍ମଜାଗରଣ ପ୍ରମୁଖ ଅଦ୍ୱେତ ଚରଣ ଦାସ ଯୋଗଦେଇ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଲକ୍ଷ୍ୟ ଲକ୍ଷ୍ୟ କାର୍ଯ୍ୟକର୍ତ୍ତା କିପରି ହିନ୍ଦୁ ଧର୍ମ ଏବଂ ସଂସ୍କୃତିର ରକ୍ଷା କରିବା ପାଇଁ ନିଜର ଜୀବନ ଉତ୍ସର୍ଗ କରିଛନ୍ତି ସେକଥା କହିଥିଲେ। ଉପସ୍ଥିତ ଥିବା ସମଗ୍ର ହିନ୍ଦୁ ସମାଜକୁ ରାଷ୍ଟ୍ର ଜାଗରଣ କାର୍ଯ୍ୟରେ ସହଭାଗୀ ହେବାକୁ ଆହ୍ୱାନ କରିଥିଲେ। କାର୍ଯ୍ୟକ୍ରମର ସଂଯୋଜକ ଶୁକମୟ ଦାସ ଓ
ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ଡ. ପ୍ରଶାନ୍ତ କୁମାର ମହାନ୍ତି ମଞ୍ଚାସିନ ଥିଲେ। ନଗର ସେବା ପ୍ରମୁଖ ହୃଦାନନ୍ଦ ନାୟକ, କାର୍ଯ୍ୟକ୍ରମର ସର୍ବବ୍ୟବସ୍ଥା ପ୍ରମୁଖ ରତିକାନ୍ତ ନାୟକ, ଅଜିତ କୁମାର ବରାଳ, ଚନ୍ଦ୍ରକାନ୍ତ ପ୍ରଧାନ, ବିକାଶ ପାଢ଼ୀ, ଚନ୍ଦ୍ରମଣି ପଣ୍ଡା, ଯସକେତନ ମଲ୍ଲିକ, ରମିତା ମହାନ୍ତି, ସସ୍ମିତା ଚାନ୍ଦ, ସରସ୍ବତୀ ସାହୁ ଓ ଜୟନ୍ତୀ ରାଉତ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *