ବାଲିଘାଟରେ ବିଶାଳ ହିନ୍ଦୁ ସମ୍ମିଳନୀ

ବାଲିଘାଟରେ ବିଶାଳ ହିନ୍ଦୁ ସମ୍ମିଳନୀ
ଅଶାନ୍ତ ବିଶ୍ୱକୁ ହିନ୍ଦୁ ସମାଜ ହିଁ ମାର୍ଗଦର୍ଶନ କରିପାରିବ
ବାଲେଶ୍ଵର, ୨୫।୧: ହିନ୍ଦୁ ଏକତା ତଥା ସନାତନ ଧର୍ମର ବ୍ୟାପକତା ଏବଂ ସୁରକ୍ଷାର ବାର୍ତ୍ତା ନେଇ ସମଗ୍ର ହିନ୍ଦୁ ସମାଜ ଆନୁକୁଲ୍ୟରେ ସ୍ଥାନୀୟ ବାଲିଘାଟ ରେ ବିଶାଳ ହିନ୍ଦୁ ସମ୍ମିଳନୀ ଆୟୋଜିତ ହୋଇଯାଇଛି l ବାଲିଘାଟ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ କ୍ଷେତ୍ର ଧର୍ମ ଜାଗରଣ ପ୍ରମୁଖ ବିନୟ କୁମାର ଭୂୟାଁ ଉପସ୍ଥିତ ରହି ହିନ୍ଦୁ ଧର୍ମ ବୈଶିଷ୍ଟ୍ୟକୁ ସମାଜର ପ୍ରତିଟି ବର୍ଗ ବୁଝିବା ଦରକାର l ନିଜ ମଧ୍ୟରେ ଚକ୍ରାନ୍ତକାରୀଙ୍କ ଦ୍ଵାରା ସୃଷ୍ଟ ଭେଦ ଭାବକୁ ସମୂଳେ ବିନାଶ କରି ସମସ୍ତ ହିନ୍ଦୁ ନାରୀ,ଭୂମି ଓ ଗୋମାତାର ସୁରକ୍ଷା ପାଇଁ ପ୍ରତିବଦ୍ଧ ହେବା ସାମ୍ପ୍ରତିକ ସମୟର ଆହ୍ଵାନ l ଅଶାନ୍ତ ବିଶ୍ୱକୁ କେବଳ ହିନ୍ଦୁ ସମାଜ ହିଁ ମାର୍ଗ ଦର୍ଶନ କରି ପାରିବ l ତେଣୁ ହିନ୍ଦୁ ଜାଗ୍ରତ ହେଲେ ହିଁ ବିଶ୍ଵ ଜାଗ୍ରତ ହେବ ବୋଲି ଉଦବୋଧନ ଦେଇଥିଲେ l ପ୍ରବଚକ ଶାନ୍ତିସ୍ଵରୂପ ମିଶ୍ର ନିଜ ବକ୍ତବ୍ୟରେ କୁଟୁମ୍ବ ପ୍ରବୋଧ ବିଷୟରେ ବକ୍ତବ୍ୟ ରଖି କହିଥିଲେ ପ୍ରତିଟି ହିନ୍ଦୁ ଘରର ମାଆମାନେ ନିଜେ ଏବଂ ନିଜର ସନ୍ତାନମାନଙ୍କୁ ଧର୍ମଗ୍ରନ୍ଥ ଅଧ୍ୟୟନ ଓ ଆଲୋଚନା ପାଇଁ ସମୟ ଦେବା ଆବଶ୍ୟକ l ଅନ୍ୟ ଅତିଥି ଭାବେ ରେମୁଣାସ୍ଥିତ ତ୍ରିବେଣୀ ସଙ୍ଗମ ଆଶ୍ରମର ସନ୍ଥ ବାବା ଦୟାନନ୍ଦ ମହାରାଜ ହିନ୍ଦୁତ୍ୱ ହିଁ ଏକମାତ୍ର ସିଦ୍ଧାନ୍ତ ଯାହା ଦ୍ୱାରା ସମଗ୍ର ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ଓ ପ୍ରଗତି ସମ୍ଭବପର ବୋଲି ଉଦବୋଧନ ଦେଇଥିଲେ l ମଞ୍ଚରେ ସଂଯୋଜକ ଯୋଗେନ୍ଦ୍ର ସାହୁ, ସହ ସଂଯୋଜକ ଯୋଗେନ୍ ଚନ୍ଦ୍ର ରଣା ଉପସ୍ଥିତ ଥିଲେ l
କାର୍ଯ୍ୟକ୍ରମ ପ୍ରାରମ୍ଭରେ ସ୍ଥାନୀୟ ବାଲିଘାଟ ନଦୀରୁ କଳସ ଶୋଭାଯାତ୍ରାରେ ୫୦୦ରୁ ଉର୍ଦ୍ଧ୍ଵ ମହିଳାମାନେ ଅଂଶ ଗ୍ରହଣ କରିଥିଲେ l ଏହାପରେ ହୋମ ଯଜ୍ଞ,ମନ୍ତ୍ର ଉଚ୍ଚାରଣ ଏବଂ ହନୁମାନ ଚାଳିଶା ପାଠ ହୋଇଥିଲା l ମାଣିଖମ୍ବ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ l
ଏହି କାର୍ଯ୍ୟକ୍ରମକୁ ରଘୁନାଥ ପାତ୍ର,ସୁଦର୍ଶନ ତରାଇ,ବାସୁଦେବ ବେହେରା,ଜିତେନ୍ଦ୍ର ମଲ୍ଲିକ,ରଘୁବୀର ସେନ୍,ପ୍ରମୋଦ କୁମାର ମିସ୍ତ୍ରୀ,ବିକାଶ କୁମାର ରଣା,ହରିଶ୍ଚନ୍ଦ୍ର ରଣା,ହରିମୋହନ ତାଲଦି,ସୁବ୍ରତ ଦେ,ମନୋରଞ୍ଜନ ପାଠୀ,ମମତା ବେହେରା,ଦେବସ୍ମିତା ସେନ୍,ରଚନା ସେନ୍,ଲୋପାମୁଦ୍ରା ପ୍ରଧାନ,ଭବେନ୍ଦ୍ର ରାଉତ,କାଳିଆ ଭାଇ,ସୌମ୍ଯ ରଂଜନ ବାରିକ,ତାପସ ଦାସ ଏବଂ ଅନ୍ୟ ସମସ୍ତ ଅଧିକାରୀମାନେ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *