ଭାସ୍କରେଶ୍ୱର ମନ୍ଦିରରେ ବିଶାଳ ହିନ୍ଦୁ ସମ୍ମିଳନୀ

ଭାସ୍କରେଶ୍ୱର ମନ୍ଦିରରେ ବିଶାଳ ହିନ୍ଦୁ ସମ୍ମିଳନୀ
ଆଜି ବଡଗଡ ବ୍ରୀଟ୍ କଲୋନୀ ସ୍ଥିତ ଭାସ୍କରେଶ୍ୱର ମନ୍ଦିର ପ୍ରାଙ୍ଗଣରେ ସମଗ୍ର ହିନ୍ଦୁ ସମାଜ ତରଫରୁ ବିଶାଳ ହିନ୍ଦୁ ସମ୍ମିଳନୀ ଓ ବିଶ୍ୱ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଅବସରପ୍ରାପ୍ତ ଇଞ୍ଜିନିୟର ଶ୍ରୀ ଜଗନ୍ନାଥ ସେନାପତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ଅଭିନଚନ୍ଦ୍ର ହୋମିଓପାଥି ମହାବିଦ୍ୟାଳୟ ଓ ଚିକିତ୍ସାଳୟର ପ୍ରାକ୍ତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ଅକ୍ଷୟ କୁମାର ମିଶ୍ର ମୁଖ୍ୟ ଅତିଥି , ଭାରତୀୟ କିଷାନ ସଂଘର ରାଷ୍ଟ୍ରୀୟ ମନ୍ତ୍ରୀ ଶ୍ରୀ ମୋହିନୀ ମୋହନ ମିଶ୍ର ମୁଖ୍ୟ ବକ୍ତା, ପୁରୀ ଗୋବର୍ଦ୍ଧନ ପୀଠ ଆଦିତ୍ୟ ବାହିନୀର ଅଧ୍ୟକ୍ଷ ପଣ୍ଡିତ ମାତୃ ପ୍ରସାଦ ମିଶ୍ର ସମ୍ମାନୀତ ଅତିଥି ଭାବରେ ଯୋଗଦେଇଥିଲେ। ଏହି ଭବ୍ୟ କାର୍ଯ୍ୟକ୍ରମରେ ସ୍ଵାମୀ ଶ୍ରଦ୍ଧାନନ୍ଦଜୀ ମହାରାଜ ଓ ସ୍ୱାମୀ ଜୀବନ ମିତ୍ରାନନ୍ଦ ଗିରି ମହାରାଜଙ୍କ ଉପସ୍ଥିତି ସଭାକୁ ଗୌରବ ମଣ୍ଡିତ କରିଥିଲା। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶତାବ୍ଦୀ ବର୍ଷ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବକ୍ତାମାନେ ହିନ୍ଦୁ ଧର୍ମ ଓ ସଂସ୍କୃତିର ମହାନତା ବିଷୟରେ ଆଲୋକପାତ କରିଥିଲେ। ସଂଗଠିତ ହିନ୍ଦୁ ସମର୍ଥ ଭାରତ ଏହି ବିଚାରକୁ ସୁଦୃଢ କରିବାକୁ ହେଲେ ସମାଜରେ ପଞ୍ଚ ପରିବର୍ତ୍ତନ ଯଥା କୁଟୁମ୍ବ ପ୍ରବୋଧନ,ପର୍ଯାବରଣ ସଂରକ୍ଷଣ, ସାମାଜିକ ସମରସତା,ସ୍ୱବୋଧ ଓ ନାଗରିକ କର୍ତ୍ତବ୍ୟ ଆବଶ୍ୟକତା ରହିଛି ବୋଲି ସମସ୍ତେ ନିଜ ବକ୍ତବ୍ୟରେ ଉପସ୍ଥାପନ କରିଥିଲେ। ଆବାହକ ଶ୍ରୀ ଟୁନା ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ସଂପାଦକ ଶ୍ରୀଯୁକ୍ତ ମନୋଜ କୁମାର ପାଢ଼ୀ , ମାର୍ଗଦର୍ଶକ ଶ୍ରୀଯୁକ୍ତ ଅକ୍ଷୟ କୁମାର ବୀଟ୍ ମଞ୍ଚାସୀନ ଥିଲେ।ଏହି ଅବସରରେ ସକାଳୁ କଳସ ଶୋଭା ଯାତ୍ରା, ବିଶ୍ଵଶାନ୍ତି ମହାଯଜ୍ଞ,ସୁନ୍ଦରକାଣ୍ଡ ଅନୁଷ୍ଠିତ ହୋଇଥିଲା।କାର୍ଯ୍ୟକ୍ରମରେ ସଂଚାଳନ ଟୋଲିର ସଦସ୍ୟ ଅଭିରାମ ଦାଶ, ଛବିନ୍ଦ୍ର ସାହୁ, ଦେବଦତ୍ତ ବିଶ୍ୱାଳ, ନିହାର ରଞ୍ଜନ ପରିଡ଼ା, ସହଦେବ ସାହୁ, ପ୍ରଦୀପ କୁମାର ମିଶ୍ର,ଶିବାଶୀଷ ନେଗୀ, ଜିତେନ୍ଦ୍ର ସ୍ୱାଇଁ, ବଳରାମ ଓଝା, ସୁଶୀଲ କୁମାର ପ୍ରଧାନ ପ୍ରମୋଦ କୁମାର ସୁତାର, ଗୋପାଳ ମହାପାତ୍ର ,ଗିରିଧାରୀ ପାତ୍ର ଓ ପଙ୍କଜ କୁମାର ମହାପାତ୍ର ଆଦି ସହଯୋଗ କରିଥିଲେ। ଶେଷରେ ପ୍ରାୟ ୫ ହଜାର ସଂଖ୍ୟାରେ ଲୋକ ପ୍ରସାଦ ସେବନ କରିଥିଲେ।

Leave a Reply

Your email address will not be published. Required fields are marked *