ସିଡ୍ନୀ – ଅଷ୍ଟ୍ରେଲିଆରେ ନିର୍ଦ୍ଦିଷ୍ଟ ବୟସ ସୀମାଠାରୁ କମ୍ ବୟସ୍କ ପିଲାଙ୍କ ପାଇଁ ଫେସ୍ବୁକ୍ ଏବଂ ଇନଷ୍ଟାଗ୍ରାମ ବନ୍ଦ କରିଦିଆଯିବ । ଫେସ୍ବୁକ୍ର ପ୍ୟାରେଣ୍ଟ କମ୍ପାନୀ ମେଟା ମଧ୍ୟ ଏ ବିଷୟରେ ଘୋଷଣା କରିଛି । ନିର୍ଦିଷ୍ଟ ବୟସର ପିଲାମାନଙ୍କ ମଧ୍ୟରେ ସାମାଜିକ ଗଣମାଧ୍ୟମ ପ୍ରଭାବ ବିସ୍ତାର କରୁଥିବା ବେଳେ ଦୈନନ୍ଦିନ କାର୍ଯ୍ୟ ଉପରେ ପ୍ରଭାବ ପକାଉଛି । ଏଥିପାଇଁ ନିର୍ଦ୍ଦିଷ୍ଟ କେତକ ସାମାଜିକ ଗଣମାଧ୍ୟମକୁ ୧୬ ବର୍ଷରୁ କମ୍ ବୟସ୍କ ପିଲାଙ୍କ ପାଇଁ ବନ୍ଦ କରିବାକୁ ଅଷ୍ଟ୍ରେଲିଆ ସରକାର ନିଷ୍ପତ୍ତି ନେଇଛନ୍ତି ।
ଏଥିପାଇଁ ଅଷ୍ଟ୍ରେଲିଆ ସରକାର ନୂଆ ଆଇନ ଆଣିବା ପାଇଁ ଯାଉଛନ୍ତି । ଫେସ୍ବୁକ୍ ସହ ଇନଷ୍ଟାଗ୍ରାମ, ଟିକ୍ଟିକ୍ ଏବଂ ଅନ୍ୟ ସୋସିଆଲ୍ ମିଡିଆକୁ ୧୬ ବର୍ଷରୁ କମ୍ ବୟସ୍କମାନଙ୍କୁ ହଟାଇ ଦିଆଯିବ । ଡିସେମ୍ବର ୧୦ ତାରିଖରୁ ଏହା କାର୍ଯ୍ୟକାରୀ ହେବ । ସମସ୍ତ ସମାଜିକ ଗଣମାଧ୍ୟମ ପାଇଁ ଏହା ବାଧ୍ୟତାମୂଳକ ହେବ । ଏପରି ନକଲେ କମ୍ପାନୀମାନଙ୍କୁ ଜୋରିମାନା ଦେବା ପାଇଁ ପଡିବ । ସରକାରଙ୍କ ଏହି ନିଷ୍ପତ୍ତି ପରେ ଅନେକ ସାମାଜିକ ଗଣମାଧ୍ୟ ସ୍ୱଚ୍ଛତା ଆଣିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ତେବେ ଏହା ସରକାରଙ୍କର ଏକ ଭଲ ପଦକ୍ଷେପ ବୋଲି କୁହଯାଉଛି ।