ଦୃଢ଼ ଇଚ୍ଛା ଶକ୍ତି ହିଁ ସ୍ୱପ୍ନକୁ ସାକାର କରିବାକୁ ଇନ୍ଧନ ଯୋଗାଇଥିଲା

ଛୋଟ ଗାଁରୁ ଫୁଟବଲ କ୍ରାନ୍ତି
ଖଣିଜ ସମ୍ପଦ ଭରା ଓଡ଼ିଶାର ପାହାଡ଼ିଆ ଅଞ୍ଚଳରେ ଏକ ଛୋଟ ଗାଁ ଜଜାଙ୍ଗ। ଯେଉଁଠାରେ ଝିଅଙ୍କ ସପ୍ନ ଦେଖିବାରେ ପୁରାବାଡ଼ବନ୍ଧ, ସୀମିତ ଥିଲା ମୁକ୍ତ ଆକାଶରେ ଉଡ଼ିବାର ଇଚ୍ଛା। ଏପରି ପରିବେଶରେ କିନ୍ତୁ ସପ୍ନ ଦେଖୁବାର ସାହସ କରିଥିଲେ ଗାଁର ଜଣେ ଛୋଟ ଝିଅ ରୁବିନା ନାଏକ । ଫୁଟବଲକୁ ଡେଣା କରି ଉଡ଼ିବାକୁ ଚାହୁଁଥିଲେ ସେ, ଯେଉଁ ଖେଳକୁ ସେଠାକାର ଆଖପାଖ ଲୋକଙ୍କ ମଧ୍ୟରୁ ବହୁତ କମ ବୁଝିଥିଲେ। ପୁଣି ଜଣେ ଝିଅ ଖେଳ ପଡ଼ିଆକୁ ଓହ୍ଲାଇବା ଆଦୌ ଗ୍ରହଣୀୟ ନ ଥିବା ଭଳି ପାରିପାର୍ଶ୍ୱକ ସ୍ଥିତିରେ ଏପରି ସପ୍ନକୁ ସାକାର କରିବାକୁ ବାହାରିଥିଲେ ଏହି ବାଳିକା ଜଣକ ।
ଦୃଢ଼ ଇଚ୍ଛା ଶକ୍ତି ହିଁ ରବିନାଙ୍କ ସ୍ୱପ୍ନକୁ ଇନ୍ଧନ ଯୋଗାଇଥିଲା। ଫଳରେ ମାତ୍ର ୧୬ ବର୍ଷ ବଯସରେ ରୁବିନା ନିଜ ଦେଶରୁ ପ୍ରତିନିଧିତ୍ୱ କରି ନିଜ ରାଜ୍ୟ ଏବଂ ଗାଁ ପାଇଁ ଆଣିଦେଇଛନ୍ତି ଅସୀମ ଗୌରବ । ସେ ଜାତୀୟ ଅଣ୍ଡର ୧୯ ଟିମ ଅଣ୍ଡର-୧୭ ସ୍କାନ ଏବଂ ସ୍କୁଲସ୍ତରରେ ଜାତୀୟ ଟିମରେ ସ୍ଥାନ ପାଇଥିଲେ ।
ଫୁଟବଲ ପ୍ରତି ଅତ୍ୟନ୍ତ ଆଗ୍ରହୀ ଥିବା ରୁବିନା କିନ୍ତୁ ଏହି ଖେଳରେ କିପରି ଆଗକୁ ଯିବେ ସେ ରାସ୍ତା ତାଙ୍କୁ ଦେଖାଯାଇ ନ ଥିଲା । ସେହି ସମୟରେ ରୁବିନାଙ୍କ ସପ୍ନକୁ ଶକ୍ତି ଯୋଗାଇଥିଲା ଜେଏସଡବ୍ୟୁ ଫାଉଣ୍ଡେସନ। ରୁବିନା ନିଜର ସେହି ସଂଘର୍ଷମୟ ଯାତ୍ରାର କଷ୍ଟକର ମୁହୂର୍ତ୍ତଗୁଡ଼ିକୁ ମନେ ପକାଇ କହିଛନ୍ତି ଯେତେବେଳେ ତାଙ୍କ ବାପାମା’ ତାଙ୍କ ଫୁଟବଲ ପ୍ରତି ଆଗ୍ରହକୁ ସମର୍ଥନ କରିବାକୁ ମନା କରିଦେଇଥିଲେ ଏବଂ ତାଙ୍କୁ ଘରୁ ବାହାରିବା ଉପରେ କଟକଣା ଲଗାଇଥିଲେ ତାହା ବେଶ ଯନ୍ତ୍ରଣାଦାୟକ ଥିଲା । ପ୍ରଥମେ ମୁଁ ୨୦ ଦିନ ପାଇଁ ଘରୁ ବାହାରି ଆସି ଭଉଣୀଙ୍କ ପାଖରେ ରହିଥିଲି । ବାପା ମା ଫୁଟବଲ ଖେଳିବାକୁ ଅନୁମତି ଦେଇ ନ ଥିଲେ। ସେମାନେ ଭାବୁଥୁଲେ ଜଣେ ଝିଅ ପୁଅମାନଙ୍କ ଖେଳ ଖେଳିଲେ ସମାଜ କ’ଣ କହିବ ।
ପରେ ଫୁଟବଲ ପ୍ରତି ଥିବା ରବିନାଙ୍କ ଆଗ୍ରହକୁ ସମର୍ଥନ ପରିବାର ଅନୁମତି ଦେଇଥିଲେ । ପରେ ଜେଏସଡବ୍ୟୁ ଫାଉଣ୍ଡେସନରେ ତାଙ୍କର ଆନୁଷ୍ଠାନିକ ଭାବେ ତାଲିମ ଆରମ୍ଭ ହୋଇଥିଲା । ଆନ୍ତଃ ଜିଲ୍ଲା ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବାର ସୁଯୋଗ ପାଇଥିଲେ । ଜାତୀୟସ୍ତରରେ ଭାରତର ପ୍ରତିନିଧିତ୍ୱ କରିବା ପାଇଁ ମନୋନୀତ ହେବା ପରେ ତାଙ୍କ ପରିବାର ଏବଂ ଆଖପାଖ ଲୋକ ମନରେ ଥିବା ଧାରଣା ବଦଳିବା ଆରମ୍ଭ ହୋଇଥିଲା ବୋଲି ରବିନା କୁହନ୍ତି ।

Leave a Reply

Your email address will not be published. Required fields are marked *