ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଓ ଓଡାପଡା ଖଣ୍ଡ ରେ ଯୁବସମ୍ମିଳନୀ
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଓ ଓଡାପଡା ଖଣ୍ଡ ରେ ମିଳିତ ଭାବରେ ଯୁବସମ୍ମିଳନୀ ଖଜୁରିଆକଟା ସ୍ଥିତ ସରସ୍ବତୀ ଶିଶୁ/ବିଦ୍ୟାମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି।ଉଦଘାଟନ କାର୍ଯ୍ୟକ୍ରମ ରେ ଜିଲ୍ଲା ବୌଦ୍ଧିକ ପ୍ରମୁଖ ଶ୍ରୀଯୁକ୍ତ ଅଶ୍ବିନୀ କୁମାର ପତି ବୌଦ୍ଧିକ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ରେ ଦୁଇ ଖଣ୍ଡ ରୁ ପ୍ରାୟ ୫୦ ଜଣ ଯୁବକ ଯୋଗଦେଇଥିଲେ। ଉଭୟ ଖଣ୍ଡ ର କାର୍ଯ୍ଯକର୍ତ୍ତା ପ୍ରାୟ ୩୦ ଜଣ ଉପସ୍ଥିତ ଥିଲେ। ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ପରେ ଉଦଯାପନ ଉତ୍ସବ ରେ ବୌଦ୍ଧିକ ପ୍ରଦାନ କରିଥିଲେ ବିଭାଗ କାର୍ଯ୍ଯବାହ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ବେହେରା ।