ରାଷ୍ଟ୍ରୀୟ ସୟଂସେବକ ସଂଘ ପୁରୀ ଜିଲ୍ଲା ପକ୍ଷରୁ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ, ନିମାପଡ଼ା ଠାରେ ଯୁବ ସମ୍ମିଳନୀ

ରାଷ୍ଟ୍ରୀୟ ସୟଂସେବକ ସଂଘ ପୁରୀ ଜିଲ୍ଲା ପକ୍ଷରୁ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ, ନିମାପଡ଼ା ଠାରେ ଯୁବ ସମ୍ମିଳନୀ

ପୁରୀ ଜିଲ୍ଲା ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ (ଆରଏସ୍ଏସ୍) ପକ୍ଷରୁ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ, ନିମାପଡ଼ା ଠାରେ ଅସ୍ତରଙ୍ଗ, କାକଟପୁର, ଗୋପ, ନିମାପଡା, ବାଲିପାଟଣା, ବାଲିଅନ୍ତା ଖଣ୍ଡ ର ଯୁବକ ମାନଙ୍କୁ ନେଇ ଏକ ଯୁବ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ଉଦ୍ଘାଟନୀ ସତ୍ରରେ ମୁଖ୍ୟ ଅତିଥିଭାବେ ଯୁବ ଉଦ୍ୟୋଗୀ ଓ ସମାଜସେବୀ ବିକ୍ରମ କେଶରୀ ସାମଲ, ସମ୍ମାନିତ ଅତିଥିଭାବେ ନିମାପଡ଼ା ଖଣ୍ଡ ସଂଘ ଚାଳକ ମାନନୀୟ ଡ଼ା. ଅମୂଲ୍ୟ ପ୍ରସାଦ ଦାଶ, ମୁଖ୍ୟ ବକ୍ତାଭାବେ ସଂଘର ପୁରୀ ଜିଲ୍ଲା ସହ କାର୍ଯ୍ୟବାହ ଶ୍ରୀଯୁକ୍ତ ତପନ କୁମାର ସାମଲ ଯୋଗଦେଇ ଉପସ୍ଥିତ ଯୁବବର୍ଗଙ୍କୁ ଭାରତର ଗୌରବମୟ ଇତିହାସ ସମ୍ପର୍କରେ ମାର୍ଗଦର୍ଶନ କରିଥିଲେ।

ଦ୍ଵିତୀୟ ସତ୍ରରେ ଯୁବ ପୀଢ଼ି ମାନଙ୍କୁ ନେଇ ଏକ ପ୍ରତିଭା ପ୍ରଦର୍ଶନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ପରବର୍ତ୍ତୀ ସମୟରେ ସମାଜସେବାରେ କାର୍ଯ୍ୟରତ ଥିବା ଯୁବ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଉଦଯାପନୀ ସତ୍ରରେ ପୁରୀ ବିଭାଗ ସହ କାର୍ଯ୍ୟବାହ ଶ୍ରୀଯୁକ୍ତ ପ୍ରଫୁଲ୍ଲ ପଣ୍ଡା ମୁଖ୍ୟ ବକ୍ତାଭାବେ ଯୋଗଦେଇ ସଂଘ ପ୍ରତିଷ୍ଠାର ପୃଷ୍ଠଭୂମି, ସଂଘ ୧୦୦ ବର୍ଷର ଯାତ୍ରା ଓ ଶତାବ୍ଦୀ ବର୍ଷରେ ପଞ୍ଚ ପରିବର୍ତ୍ତନର ଲକ୍ଷ୍ୟ ଉପରେ ମତବ୍ୟକ୍ତ କରିଥିଲେ।

ସମ୍ମିଳନୀରେ ଜିଲ୍ଲା ମହାବିଦ୍ୟାଳୟ ପ୍ରମୁଖ ବିସ୍ମୟକାନ୍ତ ସାହୁ ପରିଚୟ ପ୍ରଦାନ କରିଥିବା ବେଳେ, ଜିଲ୍ଲା ପ୍ରଚାରକ ଶ୍ରୀମାନ ରଞ୍ଜନ ନାୟକ ସ୍ଵାଗତ ବୌଦ୍ଧିକ ପ୍ରଦାନ କରିଥିଲେ। ନିମାପଡ଼ା ଖଣ୍ଡ କାର୍ଯ୍ୟବାହ ଶ୍ରୀଯୁକ୍ତ ଭାଗିରଥି ଓଝା ଧନ୍ୟବାଦ୍ ଅର୍ପଣ କରିଥିଲେ।ସମ୍ମିଳନୀରେ ବିଭିନ୍ନ ମହାବିଦ୍ୟାଳୟର ଶତାଧିକ ଯୁବ ବର୍ଗ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *