ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ଚୌଦ୍ଵାର ନଗର, ଚୌଦ୍ଵାର ଖଣ୍ଡ ଏବଂ ଆଠଗଡ ଖଣ୍ଡ ତରଫରୁ ଏକ ଭବ୍ୟ ଯୁବା ସମ୍ମେଳନୀ

ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ଚୌଦ୍ଵାର ନଗର, ଚୌଦ୍ଵାର ଖଣ୍ଡ ଏବଂ ଆଠଗଡ ଖଣ୍ଡ ତରଫରୁ ଏକ ଭବ୍ୟ ଯୁବା ସମ୍ମେଳନୀ

ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ଚୌଦ୍ଵାର ନଗର, ଚୌଦ୍ଵାର ଖଣ୍ଡ ଏବଂ ଆଠଗଡ ଖଣ୍ଡ ତରଫରୁ ଏକ ଭବ୍ୟ ଯୁବା ସମ୍ମେଳନ କଟକ ଜିଲ୍ଲା ଧବଳେଶ୍ଵର ପୀଠ ଠାରେ ଅନୁଷ୍ଠିତ ହୋଇ ଯାଇଅଛି।ଏଥି ରେ ଶତାଧିକ ଯୁବକ ଯୋଗ ଦାନ କରିଥିଲେ।ଏଥିରେ ପ୍ରମୁଖ ବକ୍ତା ଭାବେ ଜିଲ୍ଲା ସଂଘ ଚାଳକ ଶ୍ରୀ ବିପିନ ବିହାରୀ ରାଉତ, ରାଷ୍ଟ୍ରଦୀପ ପତ୍ରିକା ର ସମ୍ପାଦକ ଶ୍ରୀ ଚିତ୍ତ ରଞ୍ଜନ ମହାପାତ୍ର,ଜିଲ୍ଲା ବୌଦ୍ଧିକ ପ୍ରମୁଖ ବିଘ୍ନେଶ୍ୱର ସ୍ୱାଇଁ ପ୍ରମୁଖ ଯୁବ ବର୍ଗ ଙ୍କୁ ମାର୍ଗ ଦର୍ଶନ କରାଇଥିଲେ।

ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ୧୯୨୫ ମସିହା ବିଜୟା ଦଶମୀ ତିଥିରେ ପ୍ରତିଷ୍ଠା ଲାଭ କରିଥିଲା ।ଚଳିତ ବର୍ଷ ସଂଘ ତାର ଶତାବ୍ଦୀ ବର୍ଷ ପାଳନ କରୁଛି ।ଏକ ରାଷ୍ଟ୍ର ଉତ୍ଥାନରେ ଯୁବକ ମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ବ ପୂର୍ଣ୍ଣ । ତେଣୁ ଯୁବକ ମାନକ ହୃଦୟରେ ଦେଶ ପ୍ରୀତି ଭାବ ପ୍ରକଟିକରଣ ହେଉ ।ଏଥି ସହ ସ୍ଵାଧୀନତା ରୁ ସ୍ୱତନ୍ତ୍ରତା ଉପରେ ଆଲୋଚନା କରାଯାଇ,ଅଧିକ ସ୍ୱଦେଶୀ ଜ୍ଞାନ କୌଶଳ ଠୁ ନେଇ ସ୍ୱଦେଶୀ ଜିନିଷ ର ବ୍ୟାପକ ବ୍ୟବହାର ନେଇ ପ୍ରାଧାନ୍ୟ ଦିଆଯାଇଥିଲା।ଏହି କାର୍ଯକ୍ରମ କୁ ପ୍ରକାଶ ସାହୁ,ଆଲୋକ ଭୂୟାଁ,ମାନସ ସାହୁ,ଜଗନ୍ନାଥ ପଣ୍ଡା,ସୂର୍ୟ ନାରାୟଣ ପତ୍ରୀ ଆଦି କାର୍ଯ୍ୟକର୍ତ୍ତା ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *