ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ କେନ୍ଦ୍ରାପଡା ଜିଲ୍ଲା ର ମାର୍ଶାଘାଇ, ଗରଦପୁର,ମହାକାଳପଡା ଖଣ୍ଡ କୁ ନେଇ ମାର୍ଶାଘାଇ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଯୁବ ସମ୍ମିଳନୀ
ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ କେନ୍ଦ୍ରାପଡା ଜିଲ୍ଲା ର ମାର୍ଶାଘାଇ, ଗରଦପୁର,ମହାକାଳପଡା ଖଣ୍ଡ କୁ ନେଇ ମାର୍ଶାଘାଇ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଏକ ଯୁବ ସମ୍ମିଳନୀବିଶ୍ୱର ସର୍ବ ବୃହତ ସାମାଜିକ ସଂଗଠନ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ୧୯୨୫ ମସିହା ବିଜୟା ଦଶମୀ ତିଥିରେ ପ୍ରତିଷ୍ଠା ହୋଇ ଦୀର୍ଘ ୧୦୦ ବର୍ଷ ଦେଶ ହିତରେ ନିରନ୍ତର କାର୍ଯ୍ୟକରି ଆସୁଛି । ଚଳିତ ବର୍ଷ ସଂଘ ତାର ଶତାବ୍ଦି ବର୍ଷ ପାଳନ କରୁଅଛି । ଏକ ରାଷ୍ଟ୍ରର ଅଗ୍ରଗତିରେ ଯୁବ ସମାଜର ଭୂମିକା ସର୍ବାଗ୍ରେ ରହିଥାଏ । ତେଣୁ ଯୁବକ ମାନଙ୍କର ହୃଦୟରେ ଦେଶ ପ୍ରେମର ଭାବ ପ୍ରକଟୀ କରଣ ନିମନ୍ତେ,ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ କେନ୍ଦ୍ରାପଡା ଜିଲ୍ଲା ର ମାର୍ଶାଘାଇ, ଗରଦପୁର,ମହାକାଳପଡା ଖଣ୍ଡ କୁ ନେଇ ମାର୍ଶାଘାଇ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଏକ ଯୁବ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଯୁବ ଶକ୍ତିର ଜାଗରଣ ଓ ରାଷ୍ଟ୍ର ନିର୍ମାଣରେ ଥିବା ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ନେଇ ଯୁବ ସମାଜକୁ ସଚେତନ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା।ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ଜିଲ୍ଲା ର ମାନନୀୟ ଜିଲ୍ଲା ସଂଘ ଚାଳକ ବିରଞ୍ଚି ନାରାୟଣ ମହାପାତ୍ର ମହୋଦୟ, ସହ ଜିଲ୍ଲା ସଂଘ ଚାଳକ ସଂଜୟ ପତ୍ରୀ , ଜିଲ୍ଲା ବୌଦ୍ଧିକ ପ୍ରମୁଖ ପ୍ରିୟବ୍ରତ ପରିଜା ଉପସ୍ଥିତ ଥିଲେ। ଜିଲ୍ଲା ସଂଘ ଚାଳକ ଶ୍ରୀଯୁକ୍ତ ବିରଞ୍ଚି ନାରାୟଣ ମହାପାତ୍ର ଭାରତର ଗୌରବମୟ ଇତିହାସ ବିଷୟରେ ବକ୍ତବ୍ୟ ରଖିଥିଲେ । ଜିଲ୍ଲା ବୌଦ୍ଧିକ ପ୍ରମୁଖ ପ୍ରିୟବ୍ରତ ପରିଜା ୧୦୦ ବର୍ଷ ପୁରଣ ଅବସରରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ତଥା ପଞ୍ଚ ପରିବର୍ତ୍ତନ ମାଧ୍ୟମରେ ସମାଜ ପରିବର୍ତ୍ତନ ପାଇଁ ଆହ୍ୱାନ ଦେଇଥିଲେ।ମୁଖ୍ୟ ବକ୍ତା ସହ ଜିଲ୍ଲା ସଂଘ ଚାଳକ ଶ୍ରୀ ସଂଜୟ ପତ୍ରୀ ନିଜ ବକ୍ତବ୍ୟ ମାଧ୍ୟମରେ ପର୍ଯ୍ୟାବରଣର ସୁରକ୍ଷା, ବୃକ୍ଷରୋପଣ, ଜଳର ସଂରକ୍ଷଣ, ପଲିଥିନ୍ ମୁକ୍ତ ଗାଁ ବିଷୟରେ ଆଲୋକପାତ କରିଥିଲେ, ଦୀର୍ଘ ୧୦୦ ବର୍ଷ ଧରି ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ଭାରତକୁ ପରମ ବୈଭବଶାଳୀ କରିବା ଦିଗରେ କାର୍ଯ୍ୟ କରୁଛି | ବ୍ୟକ୍ତିଗତ ସ୍ୱାର୍ଥରୁ ଉର୍ଦ୍ଦକୁ ଉଠି ନିଜକୁ ମା ଭାରତୀଙ୍କ ସନ୍ତାନ ଭାବରେ ଦେଶ,ଧର୍ମ,ସସ୍କୃତି ତଥା ପରମ୍ପରାର ସୁରକ୍ଷା କରିବା ପାଇଁ ସେ ସମସ୍ତ ଯୁବ ସମାଜକୁ ନିବେଦନ କରିଥିଲେ | ଭାରତରେ ରହୁଥିବା ସମସ୍ତେ ଭାରତକୁ ନିଜର ମାତୃଭୁମି, ଜନ୍ମଭୁମି, କର୍ମଭୁମି ଓ ପୂଣ୍ୟଭୁମୀ ଭାବି ନିଜର ଶକ୍ତି ସାମର୍ଥ୍ୟ ଉପଯୋଗ କରି ଦେଶ ପାଇଁ କାମ କରିବା ଆବଶ୍ୟକ ବୋଲି ଶ୍ରୀ ପତ୍ରୀ ମତବ୍ୟକ୍ତ କରିଥିଲେ | ପଞ୍ଚ ପରିବର୍ତ୍ତନର ଉପରୋକ୍ତ ବିଷୟ ଗୁଡିକୁ ଆଗାମୀ ଦିନରେ ସଂଘ ତଥା ସଂଘର ସ୍ୱୟଂସେବକ ତଥା ସମସ୍ତ ନାଗରିକ ମାନେ ନିଜ ଜୀବନରେ ଉପଯୋଗ କରିବା ସହିତ, ଏ ସବୁ ବିଷୟକୁ ସମ୍ପୁର୍ଣ୍ଣ ସମାଜ ପର୍ଯ୍ୟନ୍ତ ପହଞ୍ଚାଇବାକୁ ହେବ ବୋଲି ସେ କହିଥିଲେ।ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଯୁବକ ମାନଙ୍କ ପ୍ରଶ୍ନ ର ଯଥାର୍ଥ ଉତ୍ତର ପ୍ରଦାନ କରି ଶଙ୍କା ସମାଧାନ କରିଥିଲେ କାର୍ଯ୍ୟକ୍ରମରେ ମାର୍ଶାଘାଇ,ଗରଦପୁର,ମହାକାଳପଡା ବ୍ଲକର ୧୫୦ ରୁ ଉର୍ଦ୍ଧ ଯୁବକ ଅଂଶଗ୍ରହଣ କରିଥିଲେ ।ଏହି ଭବ୍ୟ କାର୍ଯ୍ୟକ୍ରମରେ ବିଭିନ୍ନ ମହାପୁଋଷଙ୍କ ଜୀବନୀ, ସ୍ୱାଧିନତା ସଂଗ୍ରାମୀ ଓ ସଂଘର ୧୦୦ ବର୍ଷର ଯାତ୍ରା ଉପରେ ଏକ ଫୋଟଚିତ୍ର ପ୍ରଦର୍ଶନୀ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରା ଯାଇଥିଲା। ନିଜ ଦେଶର ସଂସ୍କୃତି, ପରମ୍ପରା, ଦେଶର ଇତିହାସ ଓ ବିଭିନ୍ନ ସମସ୍ୟା ତଥା ସଚେତନ ଯୁବକ ଓ ଦେଶର ଭବିଷ୍ୟତ ପିଢ଼ି ଭାବରେ ନିଜର ଭୂମିକା କୁ ନେଇ ବେଶ ଆଗ୍ରହୀ ଥିବା ଲକ୍ଷ କରାଯାଇଥିଲା । ଭାରତର ଉନ୍ନତି, ପ୍ରଗତି ପାଇଁ ନିଜର ଦାୟିତ୍ୱବୋଧକୁ ହୃଦୟଙ୍ଗମ କରି ଯୁବକ ମାନେ ମଧ୍ୟ ନିଜର ମତ ବ୍ୟକ୍ତ କରିଥିଲେ।