ରାଷ୍ଟ୍ରୀୟ ସ୍ବୟଂସେବକ ପକ୍ଷରୁ ଆଳି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଯୁବ ସମ୍ମିଳନୀ

ରାଷ୍ଟ୍ରୀୟ ସ୍ବୟଂସେବକ ପକ୍ଷରୁ ଆଳି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଯୁବ ସମ୍ମିଳନୀ

ଆଳି: ରାଷ୍ଟ୍ରୀୟ ସ୍ବୟଂସେବକ ପକ୍ଷରୁ ଏକ ଯୁବ ସମ୍ମିଳନୀ ଆଳି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଯୁବ ସମ୍ମିଳନୀରେ ଆଳି ଓ କନିକା ଖଣ୍ଡର ଶତାଧିକ ଯୁବ ପ୍ରତିନିଧି ଯୋଗ ଦେଇଥିଲେ । ଉଦ୍‌ଘାଟନୀ ଉତ୍ସବରେ କେନ୍ଦ୍ରାପଡ଼ା ଜିଲ୍ଲା ସଂଘ ଚାଳକ ବିରଞ୍ଚି ନାରାୟଣ ମହାପାତ୍ର ମୁଖ୍ୟ ଅତିଥି, ଜିଲ୍ଲା ସମ୍ପର୍କ ପ୍ରମୁଖ ସରୋଜ କାନ୍ତ ବିଶ୍ବାଳ ସମ୍ମାନିତ ଅତିଥି ଓ ମୁଖ୍ୟବକ୍ତା ଭାବେ ବିଭାଗ ପ୍ରଚାରକ ଲକ୍ଷ୍ମୀଧର ପରିଡା ଯୋଗଦେଇ ଭାରତର ଅତୀତ ଗୌରବ, ସାଂପ୍ରତିକ ସ୍ଥିତି, ରାଷ୍ଟ୍ର ନିର୍ମାଣରେ ଯୁବ ପିଢିର କର୍ତ୍ତବ୍ୟ, ରାଷ୍ଟ୍ର ଚିନ୍ତନ ସମ୍ପର୍କରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ | ସମାରୋହ କାଳାଂଶରେ ପ୍ରାନ୍ତ ବୌଦ୍ଧିକ ତନ୍ମୟ କୁମାର ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ସ୍ବାଧୀନ ଭାରତକୁ ପୁନର୍ବାର ସ୍ବତନ୍ତ୍ର ଓ ସୁଦୃଢ଼ ରାଷ୍ଟ୍ର ଭାବେ ନିର୍ମାଣ କରିବା ପାଇଁ ଉପସ୍ଥିତ ଯୁବକ ମାନଙ୍କୁ ଆହ୍ବାନ ଦେବା ସହିତ ଯୁବକମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ। କେନ୍ଦ୍ରାପଡା ଜିଲ୍ଲାର ଭୌଗୋଳିକ, ଆଧ୍ୟାତ୍ମିକ, ସାଂସ୍କୃତିକ, ଐତିହାସିକ ଚିତ୍ରକଳା ସହିତ ସ୍ବାଧୀନତା ସଂଗ୍ରାମରେ ଓଡିଶାର ବୀର, ବୀରାଙ୍ଗନାମାନଙ୍କର ଯୋଗଦାନ ଓ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସଂଘ ସ୍ବୟଂସେବକମାନଙ୍କ ସେବାକାର୍ଯ୍ୟର ଚିତ୍ରାବଳୀ ପ୍ରଦର୍ଶନ କରାଯାଇଥିଲା । ସମ୍ମିଳନୀକୁ ସଂଘର ଆଳି, ରାଜକନିକାର ପ୍ରମୁଖ କାର୍ଯ୍ୟକର୍ତ୍ତାମାନେ ସଞ୍ଚାଳନ କରିଥିଲେ।

Leave a Reply

Your email address will not be published. Required fields are marked *