ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପକ୍ଷରୁ ଘଟଗାଁ ଠାରେ ଯୁବ ସମ୍ମିଳନୀ

ଘଟଗାଁ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶତାବ୍ଦୀ ବର୍ଷ କାର୍ଯ୍ୟକ୍ରମ ଅବସରରେ ରବିିବାର ଦିନ ଘଟଗାଁ ସରସ୍ୱତୀ ଶିଶୁମନ୍ଦିର ପରିସରରେ ଯୁବ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଘଟଗାଁ ଓ ହରିଚନ୍ଦନପୁର ଖଣ୍ଡରୁ ୩୫୯ ଜଣ ଯୁବ ପ୍ରତିଭା ଯୋଗ ଦେଇଥିଲେ । ରାଷ୍ଟ୍ରହିତ ପାଇଁ ଯୁବ ସମାଜ ର ଭୂମିକା ଉପରେ ଏହି କାର୍ଯ୍ୟକ୍ରମରେ ଆଲୋଚନା କରାଯାଇଥିଲା । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର କାର୍ଯ୍ୟ ପଦ୍ଧତି, ବିଭିନ୍ନ ସେବାକାର୍ଯ୍ୟ, ତଥା ଆଗାମୀ ଦିନରେ ପଞ୍ଚ ପରିବର୍ତ୍ତନକୁ କିପରି ସମାଜ ମଧ୍ୟରେ ଜାଗୃତ କରାଯାଇ ପାରିବ ତାହା ଉପରେ ମଖ୍ୟୁବକ୍ତା ଶ୍ରୀ ବିଦ୍ୟୁତ୍ ମୁଖାର୍ଜୀ, ମାନନୀୟ ପୂର୍ବକ୍ଷେତ୍ର ସମ୍ପର୍କ ପ୍ରମୁଖ ନିଜ ବକ୍ତବ୍ୟରେ ମତ ରଖିଥିଲେ । ସଂଘ ଶତାବ୍ଦୀ କାର୍ଯ୍ୟକ୍ରମ ଏବଂ ସଂଘକାର୍ଯ୍ୟର ଲକ୍ଷ୍ୟ ଉପରେ ମାନନୀୟ ଜିଲ୍ଲା କାର୍ଯ୍ୟବାହ ଶ୍ରୀ ବିନୋଦ ବିହାରୀ ମହାନ୍ତ ନିଜ ସ୍ଵାଗତ ଅଭିଭାଷଣରେ ପ୍ରକାଶ କରିଥିଲେ । ଭାରତର ଗୌରବ ଶାଳୀ ଇତିହାସ ସମ୍ବନ୍ଧରେ ଶ୍ରୀ ଖଗେଶ୍ବର ମହାନ୍ତ, ମୟୂରଭଞ୍ଜ ବିଭାଗ ସେବା ପ୍ରମୁଖ ଉପସ୍ଥିତ ଯୁବବର୍ଗଙ୍କୁ ସମ୍ବୋଧିତ କରିଥିଲେ।ତତ୍ ସହିତ ଶ୍ରୀ ଖଗେଶ୍ବର ବରାଳ, ମାନନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଘଟଗାଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମସ୍ତେ ଯୁବ ସୁଲଭ ଗୁଣ ବିକଶିତ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ସାରା ଭାରତ ବର୍ଷରେ ସଂଘ ଦ୍ଵାରା ଚାଲୁଥିବା ବିଭିନ୍ନ ସେବା କାର୍ଯ୍ୟର ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶନ କରା ଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଘଟଗାଁ ଓ ହରିଚନ୍ଦନପୁରର ସଂଘ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ । ଆଗାମୀ ଦିନରେ ଜିଲ୍ଲାର ଆଉ ଚାରିଟି ଜୋନ୍ ରେ ଏହିଭଳି କାର୍ଯ୍ୟକ୍ରମ କରାଯିବ ବୋଲି ପ୍ରଚାର ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

Leave a Reply

Your email address will not be published. Required fields are marked *