ରାଷ୍ଟ୍ରୀୟ ସଂୟ ସେବକ ସଂଘ ଅନୁଗୋଳ ନଗର ତରଫରୁ ଯୁବ ସମ୍ମିଳନୀ

ରାଷ୍ଟ୍ରୀୟ ସଂୟ ସେବକ ସଂଘ ଅନୁଗୋଳ ନଗର ତରଫରୁ ଯୁବ ସମ୍ମିଳନୀ

ଅନୁଗୋଳ: ରାଷ୍ଟ୍ରୀୟ ସଂୟ ସେବକ ସଂଘର ୧୦୦ ବର୍ଷ ପୂର୍ତ୍ତି ଅବସରରେ ଏକ ଯୁବ ସମ୍ମିଳନୀ ଗାନ୍ଧୀ ମାର୍ଗ ସ୍ଥିତ ସରସ୍ଵତୀ ଶିଶୁ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଅନୁଗୋଳ ଜିଲା ସହକାର୍ଯ୍ୟବାହ ବାବୁଲି ସାମଲ ଅତିଥ୍ୟ ପରିଚୟ ପ୍ରଦାନ ସହିତ ସଂଘର ଶହେ ବର୍ଷର ଯାତ୍ରା ସମ୍ପର୍କରେ ଆଲୋଚନା କରିଥିଲେ । ମୁଖ୍ୟବକ୍ତା ତଥା ପୂର୍ବ କ୍ଷେତ୍ର ସେବା ମୁଖ୍ୟ ଦୀପକ କୁମାର ରାଉତ ଭାରତର ବୈଭବ ପୂର୍ଣ୍ଣ ଐତିହ୍ୟ ତଥା ସଶକ୍ତ ଭାରତ ପରିକଳ୍ପନା ବିଷୟରେ ଉଦବୋଧନ ଦେଇଥିଲେ। ଢେଙ୍କାନାଳ ବିଭାଗ କାର୍ଯ୍ୟବାହ ଚନ୍ଦ୍ର ଶେଖର ବେହେରା ଯୁବକଙ୍କୁ ମାର୍ଗଦର୍ଶନ କରିଥିଲେ। ଜିଲା ସଂଘ ଚାଳକ ବିଜୟ ସାହୁ, ଜିଲାର ସମସ୍ତ କାର୍ଯ୍ୟକର୍ତ୍ତା ଏବଂ ସ୍ୱୟଂସେବକ ଙ୍କ ମିଳିତ ସହଯୋଗରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

Leave a Reply

Your email address will not be published. Required fields are marked *