ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶତାବ୍ଦୀ ବର୍ଷ ପାଳନ ଅବସରରେ ଆସିକା ଠାରେ ଯୁବ ସମ୍ମିଳନୀ

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶତାବ୍ଦୀ ବର୍ଷ ପାଳନ ଅବସରରେ ଆସିକା ଠାରେ ଯୁବ ସମ୍ମିଳନୀ

ଆସିକା – ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶତାବ୍ଦୀ ବର୍ଷ ପାଳନ ଅବସରରେ ଯୁବବର୍ଗ ମନରେ ରାଷ୍ଟ୍ରୀୟ ଚେତନା, ନାଗରିକ କର୍ତ୍ତବ୍ୟ, ସାମାଜିକ ନ୍ୟାୟ ସଂକଳ୍ପକୁ ନେଇ ଘୁମୁସର ସାଙ୍ଗଠନିକ ଜିଲ୍ଲାର ପ୍ରଥମ ପର୍ଯ୍ୟାୟର ଯୁବ ସମ୍ମିଳନୀ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ଆସିକା ଠାରେ ଅନୁଷ୍ଠିତ ହୋଇଯାଇଛି । ଉଦଘାଟନ ସତ୍ରରେ ମାନନୀୟ ଜିଲ୍ଲା ସଂଘ ଚାଳକ ବନମାଳୀ ଗୌଡ,ବିଭାଗ ସମ୍ପର୍କ ପ୍ରମୁଖ ସୁନୀଲ କୁମାର ଗୌଡ ଉପସ୍ଥିତ ରହିବା ସହ ସୁନୀଲ ଗୌଡ ଭାରତୀୟ ଇତିହାସର ପୃଷ୍ଠଭୂମି ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଦ୍ୱିତୀୟ ସତ୍ରରେ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଜୟନ୍ତ ପଟ୍ଟନାୟକ ପଞ୍ଚ ପରିବର୍ତ୍ତନ ବିଷୟରେ ମତ ରଖିଥିଲେ । ତୃତୀୟ ସତ୍ରରେ ରାଷ୍ଟ୍ରୀୟ ସମ୍ବନ୍ଧୀୟ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ହୋଇଥିଲା । ସମାରୋପ ସତ୍ରରେ ପ୍ରାନ୍ତ ମହାବିଦ୍ୟାଳୟ ପ୍ରମୁଖ ମନୋରଞ୍ଜନ ପ୍ରଧାନ ସ୍ୱତନ୍ତ୍ରତା ଭାରତ ବିଷୟରେ ମତ ରଖିଥିଲେ । ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ପ୍ରଚାର ପ୍ରମୁଖ ପି ନାଗେଶର ପାତ୍ର ପରିଚାଳନା କରିଥିବା ବେଳେ ବିଭାଗ ପ୍ରଚାରକ ବିଜୟ କୁମାର ସାମଲ, ମାନନୀୟ. ସହ ଜିଲ୍ଲା ସଂଘ ଚାଳକ ବିଶ୍ଵନାଥ ସେଠୀ, ଜିଲ୍ଲା କାର୍ଯ୍ୟବାହ ବିଚିତ୍ର ନନ୍ଦ ପଲାଇ, ସହ ଜିଲ୍ଲା କାର୍ଯ୍ୟବାହ ସୀମାଞ୍ଚଳ ମିଶ୍ର, ମୁଖ୍ୟ ମାର୍ଗ ପ୍ରମୁଖ ସୀମାଞ୍ଚଳ ମହାରଣା, ଜିଲ୍ଲା ବିମର୍ଶ ପ୍ରମୁଖ ଶିବରାମ ମହାରଣା, ଜିଲ୍ଲା ସଦଭାବନା ପ୍ରମୁଖ, ବିଜୟ ନାୟକ, ଏବିଭିପିର ସଦସ୍ୟ ଅନିଲ କୁମାର ସ୍ବାଇଁ, ହିମାଂଶୁ ଶେଖର ତ୍ରିପାଠୀ, ବିଶ୍ ହିନ୍ଦୁ ପରିଷଦର ପୂର୍ଣ୍ଣ ଚନ୍ଦ୍ର ସେଠୀ, ବିମ୍ବାଧର ପାତ୍ର, ନାରାୟଣ ରଥ, ରାଷ୍ଟ୍ରୀୟ ସ୍ଵଂସେବକ ସଂଘର ନଗର କାର୍ଯ୍ୟବାହ ପି ଶ୍ରୀନିବାସ ପାତ୍ର, ରବି ନାରାୟଣ ଆଚାରି, ଦିଲୀପ ସ୍ୱାଇଁ, ସନ୍ତୋଷ ସ୍ଵାଇଁ, ସଛିଦାନନ୍ଦ ବେହେରା, ବ୍ରଜବନ୍ଧୁ ଆଚାରି, ବୁଲୁ ପଲାଇ, ବଳରାମ ବେହେରା, ରଜନୀକାନ୍ତ ସାହୁ, ସୁରଥ ପରିଡ଼ା, ହରେକୃଷ୍ଣ ପାଣିଗ୍ରାହୀ, କୃଷ୍ଣ ପ୍ରଧାନ, ନାରାୟଣ ଜେନା ଆଦି ସମସ୍ତ ସ୍ଵୟଂ ସେବକ ସହଯୋଗ କରିଥିବା ବେଳେ ଆସିକା, ଧରାକୋଟ, କବିସୂର୍ଯ୍ୟନଗର ଖଣ୍ଡ ସହ ଆସିକା ନଗରର ବହୁ ଯୁବ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *