ଢେଙ୍କାନାଳର ଭୁବନରେ ଯୁବ ସମ୍ମିଳନୀ

ଢେଙ୍କାନାଳର ଭୁବନରେ ଯୁବ ସମ୍ମିଳନୀ

ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ଯୁବ ସମ୍ମିଳନୀ

ଭୁବନର ବାବା ବୁଦ୍ଧେଶ୍ଵର ମନ୍ଦିର ପ୍ରାଙ୍ଗଣରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ଯୁବ ସମ୍ମିଳନୀ ଅନୁଷ୍ଠିତ ହୋଯାଇଛି। ଢେଙ୍କାନାଳ ବିଭାଗର ସହ ବିଭାଗ ସଂଘ ଚାଳକ ହୃଦାନନ୍ଦ ଶତପଥୀ, ପ୍ରଜ୍ଞା ପ୍ରଭାର ପ୍ରାନ୍ତ ସଂଯୋଜକ ରବିନାରାୟଣ ପଣ୍ଡା, ଢେଙ୍କାନାଳ ବିଭାଗର ସହ ବିଭାଗ କାର୍ଯ୍ୟବାହ ଶଶିକାନ୍ତ ଦାସ ମଞ୍ଚାସିନ ହୋଇ ଯୁବ ପୀଢ଼ି ଙ୍କୁ ମାର୍ଗ ଦର୍ଶନ କରିଥିଲେ। ଢେଙ୍କାନାଳ ବିଭାଗର ସହ ବିଭାଗ କାର୍ଯ୍ୟବାହ ଶଶିକାନ୍ତ ଦାସ ଉଦଘାଟନୀ ବୌଦ୍ଧିକ ରେ ଯୁବା ସମ୍ମିଳନୀର ଉଦ୍ଦେଶ୍ୟ ସହିତ ଭାରତର ଗୌରବମୟ ଇତିହାସ ସମ୍ପର୍କରେ ବଖାଣି ଥିଲେ। ପ୍ରଜ୍ଞା ପ୍ରଭାର ପ୍ରାନ୍ତ ସଂଯୋଜକ ରବିନାରାୟଣ ପଣ୍ଡା ଉଦଯାପନ ବୌଦ୍ଧିକରେ ଭାରତ ର ଭୌଗଳିକ ମହାତ୍ମା ବର୍ଣ୍ଣନା କରିବା ସହିତ ସଂଘର ପଞ୍ଚସୁତ୍ରୀ କାର୍ଯ୍ୟକ୍ରମର ଅବତାରଣ କରିଥିଲେ I ରାଷ୍ଟ୍ର ଗଠନରେ ଯୁବ ସମାଜର ଭୂମିକା ସମ୍ପର୍କରେ ସେ ମଧ୍ୟ ଆଲୋକ ପାତ କରିଥିଲେ । ଢେଙ୍କାନାଳ ଜିଲ୍ଲାର ଯୁବ ସମ୍ମିଳନୀ କାର୍ଯ୍ୟକ୍ରମ ପ୍ରମୁଖ ନବୀନ କୁମାର ସି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଉକ୍ତ ସମ୍ମିଳନୀରେ ସଂଘ ର ଭୁବନ ଖଣ୍ଡ ଓ ଗନ୍ଦିଆ ଖଣ୍ଡ ର ସ୍ବୟଂସେବକ ଓ ବିଭିନ୍ନ ବର୍ଗ ର ୩୦୦ ରୁ ଅଧ‌ିକ ଯୁବକ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *