ଏବିଭିପି ଗଣମାଧ୍ୟମକୁ ଧନ୍ୟବାଦ ଦେଲା

ଏବିଭିପି ଗଣମାଧ୍ୟମକୁ ଧନ୍ୟବାଦ ଦେଲା
ଉତ୍କଳ ବିଶ୍ବବିଦ୍ୟାଳୟ ପ୍ରସଙ୍ଗରେ ଏବିଭିପି ପକ୍ଷରୁ ଗଣମାଧ୍ୟମକୁ ଧନ୍ୟବାଦ ଜଣାଇବା ସହିତ କର୍ମକର୍ତ୍ତା କୃତଜ୍ଞତା ଜ୍ଞାପନ କରିଛନ୍ତି। ଏବିଭିପି ପକ୍ଷରୁ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ବିଶ୍ୱଜିତ ପାତ୍ର କହିଛନ୍ତି, ଦୀର୍ଘଦିନ ଧରି ଆନ୍ଦୋଳନ ହେଉଥିଲା। ରାତି ରାତି ମଶାରୀ ଟାଙ୍ଗି ୪ ଦିନ ଅନଶନ କରି ବାଣୀବିହାର କ୍ୟାମ୍ପସକୁ ଅଣଛାତ୍ର ମୁକ୍ତ ଏବଂ ବାଣୀବିହାର ହଷ୍ଟେଲକୁ ଜିହାଦରୁ ମୁକ୍ତ କରିବା ପାଇଁ ଆନ୍ଦୋଳନ କରାଯାଇଥିଲା । ତାହା ପୂରଣ ହେଉଥ‌ିବା ନଜରକୁ ଆସୁଛି। ଗଣତନ୍ତ୍ରର ଚତୁର୍ଥସ୍ତମ୍ଭ ଭାବେ ଗଣମାଧ୍ୟମର ଦାୟିତ୍ବ ଏବଂ ଏବିଭିପିକୁ କରିଥିବା ସାହାଯ୍ୟ ସବୁବେଳେ ମନେରହିବ ବୋଲି ବିଶ୍ୱଜିତ ପାତ୍ର କହିଛନ୍ତି।

Leave a Reply

Your email address will not be published. Required fields are marked *