ଏବିଭିପି ଖୋର୍ଦ୍ଧା ନଗର ସମ୍ମିଳନୀ

ଏବିଭିପି ଖୋର୍ଦ୍ଧା ନଗର ସମ୍ମିଳନୀ
ଖୋର୍ଦ୍ଧା, ୮/୯: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଖୋର୍ଦ୍ଧା ଶାଖା ପକ୍ଷରୁ ସ୍ଥାନୀୟ ଖୋର୍ଦ୍ଧା ପାଠାଗାର ଠାରେ ନଗର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି। ପ୍ରତିବର୍ଷ ପରି ଚଳିତ ଶିକ୍ଷାବର୍ଷ ପାଇଁ ଏବିଭିପିର ନଗର ଟିମ୍ ଘୋଷଣ କରାଯାଇଛି | ନଗର ସଭାପତି ଭାବେ ପ୍ରାଣନାଥ ସ୍ଵୟଂଶାସିତ ମହାବିଦ୍ୟାଳୟ ଓଡ଼ିଆ ବିଭାଗର ପ୍ରାଧ୍ୟାପକ ଭଗବାନ ଖିଲାର ନିର୍ବାଚିତ ହୋଇଛନ୍ତି। ନଗର ସମ୍ପାଦକ ଭାବେ ସୁଜଳ ପୁଣ୍ୟଶ୍ଳୋକ ମହାପାତ୍ର, ସହ ସମ୍ପାଦକ ଭାବେ ଅଭିଳାଷ ସାହୁ, ଧବଳେଶ୍ଵର ଜେନା, ସୋନାଲି ସ୍ବଇଁ, ପ୍ରଜ୍ଞା ପାରମିତା ପରିଡ଼ା ଓ ସୁଜଳ
ଦାସ, ମିଡ଼ିଆ ସଂଯୋଜକ ବିଶ୍ବଜିତ୍ ସାହୁ, ସୋସିଆଲ ମିଡ଼ିଆ ପ୍ରସାଦ ମହାପାତ୍ର, ସେବା ପ୍ରମୁଖ ସ୍ଵୟମ୍ ମଙ୍ଗରାଜ, ସେକ୍ ନାସିର ଉଦ୍ଦୀନ କଳାପାହାଡ଼, ରାଷ୍ଟ୍ରୀୟ କଳାମଞ୍ଚ ଖୁଲଣା ଶବର, ଖେଲୋ ଭାରତ ଶୁଭମ୍ ଦେହୁରୀ ପ୍ରମୁଖଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଭାଗ ସହ ପ୍ରମୁଖ ସରୋଜ ପାଲଟାସିଂହ, ଜିଲ୍ଲା ପ୍ରମୁଖ ଡ ଶୈଳେନ୍ଦ୍ର ମିଶ୍ର, ବିଭାଗ ସଙ୍ଗଠନ ମନ୍ତ୍ରୀ ଅରିଜିତ ପଟ୍ଟନାୟକ ଯୋଗ ଦେଇଥିଲେ। ଏବିଭିପିର ଲକ୍ଷ୍ୟ, ଆଦର୍ଶ, ସମାଜ ଏବଂ ଶିକ୍ଷା ସମାଜ ପ୍ରତି ଥିବା ଦାୟିତ୍ବ ବିଷୟରେ ଆଲୋକପାତ କରିଥିଲେ ।

Leave a Reply

Your email address will not be published. Required fields are marked *