ବେଆଇନ ଭାବେ ଗୋରୁ ଚାଲାଣ କରୁଥିବା ଅଭିଯୋଗରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଧୂଷୁରୀ ପୁଲିସ

ବେଆଇନ ଗୋରୁ ଚାଲାଣ, ୫ ଗିରଫ
ଅସୁରାଳି, ୮/୯: ବେଆଇନ ଭାବେ ଗୋରୁ ଚାଲାଣ କରୁଥିବା ଅଭିଯୋଗରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଧୂଷୁରୀ ପୁଲିସ। ଗିରଫ ଅଭିଯୁକ୍ତମାନେ ହେଲେ ଧାମନଗର ବ୍ଲକ ଧୂଷୁରୀ ଥାନା ଅଧୀନ ସାହସପୁର ପଞ୍ଚାୟତ ପନ୍ଦରବାଟିଆର କମରୁଦ୍ଦିନ ସାହାଜି, ମନୁଆ ଖାଁ, ମହମ୍ମଦ ହନିଫ ସାହାଜି, ଜଗନ୍ନାଥସାହିର ମୋରାଦ ଖାଁ ଏବଂ ଭଦ୍ରକ ପୁରୁଣା ବଜାର ଅଞ୍ଚଳର ଜମାଲୁଦ୍ଦିନ ଖାଁ
ଚାରିଦିନ ତଳେ ଗିରଫ ଅଭିଯୁକ୍ତମାନେ ଦୁଇଟି କାରରେ ଚୋରାରେ ଗୋରୁ ଚାଲାଣ କରିବା ପାଇଁ ପ୍ରସ୍ତୁତ ହେଉଥିବା ସମୟରେ କୌଣସି ସୂତ୍ରରୁ ଖବରପାଇ ଧୂଷୁରୀ ପୁଲିସ ଚଢ଼ାଉ କରି ଭଦ୍ରକ-ଆଖଣ୍ଡଳମଣି ରାଜ୍ୟ ରାଜପଥର ପନ୍ଦରବାଟିଆ ନିକଟରୁ ଦୁଇଟି ଗାଡ଼ି ଜବତ କରିଥିଲା। ଗାଡିରୁ ଚାଲାଣ ହେବାକୁ ଥିବା ଗୋରୁଙ୍କୁ ଉଦ୍ଧାର କରି ଅସୁରାଳି ଗିରି ଗୋବର୍ଦ୍ଧନ ଗୋଶାଳାରେ ଛଡ଼ାଯାଇଥିଲା। ଏହି ଘଟଣାରେ ଧୂଷୁରୀ ଥାନାର କେସ ନଂ. ୩୨୬/୨୫ରେ ମାମଲା ରୁଜୁ କରାଯାଇ ୫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

Leave a Reply

Your email address will not be published. Required fields are marked *