ସଂଶୋଧିତ ଭୋଟର ତାଲିକା‌ରେ ନାମ ଯୋଡ଼ିବା କିମ୍ବା ବାଦ୍‌ ଦେବା ସଂକ୍ରାନ୍ତରେ ପରିଚୟ ପ୍ରମାଣ ପାଇଁ ଆଧାର କାର୍ଡକୁ ଏକ ଦଲିଲ ଭାବରେ ଗ୍ରହଣ କରାଯିବ

ନୂଆଦିଲ୍ଲୀ: ବିହାରରେ ଭୋଟର ତାଲିକା ସଂଶୋଧନକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ସୁପ୍ରିମକୋର୍ଟ ଆଜି ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। ଏଥିରେ ସ୍ପଷ୍ଟ କରିଛନ୍ତି ଯେ ସଂଶୋଧିତ ଭୋଟର ତାଲିକା‌ରେ ନାମ ଯୋଡ଼ିବା କିମ୍ବା ବାଦ୍‌ ଦେବା ସଂକ୍ରାନ୍ତରେ ପରିଚୟ ପ୍ରମାଣ ପାଇଁ ଆଧାର କାର୍ଡକୁ ଏକ ଦଲିଲ ଭାବରେ ଗ୍ରହଣ କରାଯିବ। କୋର୍ଟ ମତଦାତା ପଞ୍ଜୀକରଣ ଢାଞ୍ଚା ଅଧୀନରେ ଗ୍ରହଣୀୟ ପରିଚୟ ପ୍ରମାଣ ତାଲିକାରେ ଆଧାରକୁ ଦ୍ୱାଦଶ ଡକୁମେଣ୍ଟ ଭାବରେ ବିବେଚନା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅନ୍ତର୍ଭୁକ୍ତି ଜନପ୍ରତିନିଧିତ୍ୱ ଆଇନ, ୧୯୫୦ ଅନ୍ତର୍ଗତ ବ୍ୟବସ୍ଥା ସହିତ ସମନ୍ୱୟ ରଖୁଛି, ଯାହା ଭୋଟରଙ୍କ ପରିଚୟ ପ୍ରମାଣ କରିବାରେ ବିଭିନ୍ନ ଡକୁମେଣ୍ଟ ବ୍ୟବହାର କରିବାକୁ ଅନୁମତି ଦେଉଛି। 

Leave a Reply

Your email address will not be published. Required fields are marked *