ଭାରତ ମର୍ସିଡିଜ୍ କାର୍ ହେଲେ ପାକିସ୍ତାନ ଅଳିଆ ଟ୍ରକ୍

ଭାରତ ମର୍ସିଡିଜ୍ କାର୍ ହେଲେ ପାକିସ୍ତାନ ଅଳିଆ ଟ୍ରକ୍। ଆମେରିକା ଗସ୍ତରେ ଥିବା ପାକିସ୍ତାନର ସେନାମୁଖ୍ୟ ଅସୀମ ମୁନିର କଥା କଥାରେ ନିଜ ଦେଶକୁ ଏଭଳି କହି ସମାଲୋଚିତ କରିଛନ୍ତି। ପାକିସ୍ତାନର ସେନାମୁଖ୍ୟ ଫିଲ୍ଡ ମାର୍ଶଲ ଅସୀମ ମୁନିର ଅପରେସନ ସିନ୍ଦୂର ପରେ ଦ୍ୱିତୀୟ ଥର ପାଇଁ ଆମେରିକା ଗସ୍ତ କରିଛନ୍ତି। ଏହି ସମୟରେ ସେ ଭାରତକୁ ନେଇ ବିଷ ଉଗାଳିବା ବେଳେ ପୁଣି ଥରେ ନିଜ ଦେଶକୁ ନେଇ ସତ୍ୟ କହିଛନ୍ତି। 

ପାକିସ୍ତାନ ଭାରତକୁ କିପରି କ୍ଷତି ପହଞ୍ଚାଇପାରେ ତାହା ବୁଝାଇବା ପାଇଁ ମୁନିର ଏକ ଉଦାହରଣ ଦେଇ କହିଥିଲେ, “ମୁଁ ପରିସ୍ଥିତି ବୁଝାଇବା ପାଇଁ ଏକ ସରଳ ଉଦାହରଣ ଦେବି। ଭାରତ ହେଉଛି ଏକ ଚକଚକିଆ ମର୍ସିଡିଜ୍ କାର୍ ଯାହା ହାଇୱେରେ ଫରାରୀ ପରି ଆସୁଛି। କିନ୍ତୁ ଆମେ ଅଳିଆ, ଇଟା ଏବଂ ପଥରରେ ପୂର୍ଣ୍ଣ ଏକ ଟ୍ରକ୍। ଯଦି ଏହି ଟ୍ରକ୍ ସେହି କାର ସହିତ ଧକ୍କା ହୁଏ, ତେବେ କାହାର କ୍ଷତି ହେବ? ଆମେ ଭାରତର ପୂର୍ବ ଦିଗରୁ ଆରମ୍ଭ କରିବୁ, ଯେଉଁଠାରେ ସେମାନେ ସେମାନଙ୍କର ସବୁଠାରୁ ମୂଲ୍ୟବାନ ସମ୍ପଦ ସ୍ଥାପନ କରିଛନ୍ତି ଏବଂ ତା’ପରେ ପଶ୍ଚିମ ଦିଗକୁ ଯିବୁ।”

Leave a Reply

Your email address will not be published. Required fields are marked *