ବିନା ଆଗୁଆ ନୋଟିସ୍‌ ଏବଂ ଶୁଣାଣି ସୁଯୋଗ ବିନା କୌଣସି ଭୋଟରଙ୍କ ନାମ ତାଲିକାରୁ ହଟାଯିବ ନାହିଁ

ନୂଆଦିଲ୍ଲୀ: ବିହାରରେ ଭୋଟର ତାଲିକାର ସ୍ବତନ୍ତ୍ର ସଂଶୋଧନ (ଏସ୍‌ଆଇଆର୍) ସମ୍ପର୍କରେ ନିର୍ବାଚନ ଆୟୋଗ ସୁପ୍ରିମ୍‌କୋର୍ଟରେ ଏକ ନୂଆ ସତ୍ୟପାଠ ଦାଖଲ କରିଛନ୍ତି। ଏଥିରେ କମିସନ କହିଛନ୍ତି ବିନା ଆଗୁଆ ନୋଟିସ୍‌ ଏବଂ ଶୁଣାଣି ସୁଯୋଗ ବିନା କୌଣସି ଭୋଟରଙ୍କ ନାମ ତାଲିକାରୁ ହଟାଯିବ ନାହିଁ। ସଂଶୋଧନକୁ ଚ୍ୟାଲେଞ୍ଜ କରୁଥିବା ଆବେଦନକାରୀମାନେ ଅଦାଲତଙ୍କୁ ବିଭ୍ରାନ୍ତ କରିବାକୁ ଲଗାତାର ଚେଷ୍ଟା କରୁଛନ୍ତି ବୋଲି ଆୟୋଗ ଅଭିଯୋଗ କରିଛନ୍ତି। ସେମାନଙ୍କର ଏଭଳି ଷଡ୍‌ଯନ୍ତ୍ରପୂର୍ଣ୍ଣ ପ୍ରୟାସକୁ ରୋକିବା ପାଇଁ କଡ଼ା ପଦକ୍ଷେପ ନେବାକୁ ସର୍ବୋଚ୍ଚ ଅଦାଲତଙ୍କୁ କମିସନ ଅନୁରୋଧ କରିଛନ୍ତି। ଅନ୍ୟପକ୍ଷରେ ଭୋଟର ତାଲିକା ସଂଶୋଧନ  ପ୍ରକ୍ରିୟାରେ ପ୍ରାକୃତିକ ନ୍ୟାୟ ନୀତିକୁ କଡ଼ାକଡ଼ି ଭାବେ ପାଳନ କରାଯିବ ବୋଲି ମଧ୍ୟ ନିର୍ବାଚନ କମିସନ ପ୍ରତିଶ୍ରୁତି ଦେଇଛନ୍ତି।

Leave a Reply

Your email address will not be published. Required fields are marked *