ପରମାଣୁ ଆକ୍ରମଣ ଧମକ ଦେବା ପାକିସ୍ତାନର ପୁରୁଣା ଅଭ୍ୟାସ

ନୂଆଦିଲ୍ଲୀ ପକ୍ଷରୁ କୁହାଯାଇଛି ଯେ ପରମାଣୁ ଆକ୍ରମଣ ଧମକ ଦେବା ପାକିସ୍ତାନର ପୁରୁଣା ଅଭ୍ୟାସ । କିନ୍ତୁ ଏହି ପରମାଣୁ ବ୍ଲାକମେଲିଂରେ ଭାରତ ଡରିବ ନାହିଁ । “ବିଶ୍ୱର ବିଭିନ୍ନ ଦେଶ ଏଥିରୁ ନିଜର ନିଷ୍କର୍ଷ ବାହାର କରିପାରିବେ ଯେ ସେହି ଦେଶରେ ପରମାଣୁ ଅସ୍ତ୍ର କାହା ନିୟନ୍ତ୍ରଣରେ ରହିଛି । ଏହା ସଂଦେହ ସୃଷ୍ଟି କରୁଛି କାରଣ ସେଠାରେ ସେନା ଓ ଆତଙ୍କବାଦୀ ଗୋଷ୍ଠୀ ହାତ ମିଳାଇଛନ୍ତି । ଏପରି ଏକ ତୃତୀୟ ବନ୍ଧୁ ଦେଶର ମାଟିରୁ ଏପରି ବୟାନ ଦିଆଯାଇଛି ଏହା ମଧ୍ୟ ଦୁଃଖଦ। କିନ୍ତୁ ଭାରତ ସ୍ପଷ୍ଟ କରୁଛି ଯେ ଏହା ପରମାଣୁ ଆକ୍ରମଣର କୌଣସି ପ୍ରକାରର ବ୍ଲାକମେଲିଂ ଆଗରେ ମୁଣ୍ଡ ନୁଆଁଇବ ନାହିଁ। ଆମେ ଆମର ଜାତୀୟ ସୁରକ୍ଷା ପାଇଁ ସମସ୍ତ ପ୍ରକାରର ପଦକ୍ଷେପ ଗ୍ରହଣ କରିବୁ” ଭାରତ କହିଛି ।

ଅସୀମ ମୁନୀରଙ୍କ ବୟାନକୁ ଗୁରୁତ୍ବ ଦିଆଯାଉଛି କାରଣ ଗତ ଥର ଏପ୍ରିଲ ମାସରେ ସେ ଭାରତ ବିରୋଧରେ ବିଷୋଦଗାର କରିବାର କିଛିଦିନ ମଧ୍ୟରେ ପହଲଗାମ ଆକ୍ରମଣ ହୋଇଥିଲା । ଏଣୁ ଭାରତ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଉଛି । 

Leave a Reply

Your email address will not be published. Required fields are marked *