ବିଶ୍ୱ ସଂସ୍କୃତ ଦିବସର ଶୁଭେଚ୍ଛା

ବିଶ୍ୱ ସଂସ୍କୃତ ଦିବସର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ସଂସ୍କୃତ ଐତିହ୍ୟର ସଂରକ୍ଷଣ ଏବଂ ପ୍ରଚାର ଦିଗରେ ପ୍ରତିବଦ୍ଧତା ଦୋହରାଇଲେ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରାବଣ ପୂର୍ଣ୍ଣିମାରେ ବିଶ୍ୱ ସଂସ୍କୃତ ଦିବସ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ସଂସ୍କୃତକୁ “ଜ୍ଞାନ ଏବଂ ଅଭିବ୍ୟକ୍ତିର ଏକ କାଳଜୟୀ ଉତ୍ସ” ବୋଲି ଅଭିହିତ କରି ପ୍ରଧାନମନ୍ତ୍ରୀ ବିଭିନ୍ନ କ୍ଷେତ୍ରରେ ଏହାର ସ୍ଥାୟୀ ପ୍ରଭାବ ଉପରେ ଗୁରୁତ୍ୱାରୋପ କରିଛନ୍ତି ।

ଶ୍ରୀ ମୋଦୀ ସଂସ୍କୃତି ଶିଖିବା, ଶିକ୍ଷା ଦେବା ଏବଂ ଏହାକୁ ଲୋକପ୍ରିୟ କରିବା ପାଇଁ ବିଶ୍ୱବ୍ୟାପୀ ବିଦ୍ୱାନ, ଛାତ୍ର ଏବଂ ଉତ୍ସାହୀମାନଙ୍କର ସମର୍ପଣକୁ ପ୍ରଶଂସା କରିଛନ୍ତି । ଗତ ଦଶନ୍ଧି ଧରି ସରକାର ସଂସ୍କୃତ ଶିକ୍ଷା ଏବଂ ଗବେଷଣାକୁ ସୁଦୃଢ଼ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି । ସେଗୁଡିକ ମଧ୍ୟରେ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବା, ସଂସ୍କୃତ ଶିକ୍ଷା କେନ୍ଦ୍ର ଖୋଲିବା, ସଂସ୍କୃତ ବିଦ୍ୱାନମାନଙ୍କୁ ଅନୁଦାନ ପ୍ରଦାନ କରିବା ଏବଂ ପାଣ୍ଡୁଲିପିର ଡିଜିଟାଲାଇଜେସନ ପାଇଁ ଜ୍ଞାନ ଭାରତମ୍ ମିଶନ ଆରମ୍ଭ କରିବା ଇତ୍ୟାଦି ରହିଛି ।

ଏକ୍ସରେ ବିଭିନ୍ନ ପୋଷ୍ଟ ଶୃଙ୍ଖଳାରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି;

“ଆଜି ଶ୍ରାବଣ ପୂର୍ଣ୍ଣିମାରେ, ଆମେ ବିଶ୍ୱ ସଂସ୍କୃତ ଦିବସ ପାଳନ କରୁଛୁ । ସଂସ୍କୃତ ହେଉଛି ଜ୍ଞାନ ଏବଂ ଅଭିବ୍ୟକ୍ତିର ଏକ କାଳଜୟୀ ଉତ୍ସ । ଏହାର ପ୍ରଭାବ ବିଭିନ୍ନ କ୍ଷେତ୍ରରେ ଦେଖିବାକୁ ମିଳିଥାଏ । ଏହି ଦିନ ସଂସ୍କୃତ ଶିଖୁଥିବା ଏବଂ ଏହାକୁ ଲୋକପ୍ରିୟ କରୁଥିବା ବିଶ୍ୱର ପ୍ରତ୍ୟେକ ବ୍ୟକ୍ତିଙ୍କ ପ୍ରୟାସକୁ ପ୍ରଶଂସା କରିବାର ଏକ ଅବସର ।”

“ଗତ ଦଶନ୍ଧି ଧରି, ଆମ ସରକାର ସଂସ୍କୃତକୁ ଲୋକପ୍ରିୟ କରିବା ପାଇଁ ଅନେକ ପ୍ରୟାସ କରିଛନ୍ତି। ଏଥିରେ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ସଂସ୍କୃତ ଶିକ୍ଷା କେନ୍ଦ୍ର ସ୍ଥାପନ, ସଂସ୍କୃତ ବିଦ୍ୱାନମାନଙ୍କୁ ଅନୁଦାନ ପ୍ରଦାନ ଏବଂ ପାଣ୍ଡୁଲିପିକୁ ଡିଜିଟାଇଜ କରିବା ପାଇଁ ଜ୍ଞାନ ଭାରତମ୍ ମିଶନ ଅର୍ନ୍ତଭୁକ୍ତ । ଏହା ଅଗଣିତ ଛାତ୍ର ଏବଂ ଗବେଷକମାନଙ୍କୁ ଲାଭାନ୍ୱିତ କରିଛି ।”

Leave a Reply

Your email address will not be published. Required fields are marked *