ଭାରତ ଛାଡ ଆନ୍ଦୋଳନରେ ଅଂଶଗ୍ରହଣ କରିଥିବା ସମସ୍ତ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମହାତ୍ମା ଗାନ୍ଧୀଙ୍କ ପ୍ରେରଣାଦାୟକ ନେତୃତ୍ୱରେ ଭାରତ ଛାଡ ଆନ୍ଦୋଳନରେ ଅଂଶଗ୍ରହଣ କରିଥିବା ସମସ୍ତ ସାହସୀ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଗଭୀର କୃତଜ୍ଞତା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ଶ୍ରୀ ମୋଦୀ କହିଛନ୍ତି ଯେ, ଭାରତ ଛାଡ ଆନ୍ଦୋଳନର ସଂଗ୍ରାମୀମାନଙ୍କ ସାହସ ଦେଶପ୍ରେମର ଏପରି ଭାବନା ଜାଗ୍ରତ କରିଥିଲା ଯାହା ସ୍ୱାଧୀନତା ସଂଗ୍ରାମ ପାଇଁ ଅଗଣିତ ଲୋକଙ୍କୁ ଏକତ୍ର କରିଥିଲା ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;

“ଆମେ ଗଭୀର କୃତଜ୍ଞତାର ସହିତ ସେହି ସମସ୍ତ ସାହସୀ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସ୍ମରଣ କରୁଛୁ ଯେଉଁମାନେ ବାପୁଙ୍କ ପ୍ରେରଣାଦାୟ ନେତୃତ୍ୱରେ ଭାରତ ଛାଡ ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ । ସେମାନଙ୍କ ସାହସ ଦେଶପ୍ରେମର ଏପରି ଭାବନା ଜାଗତ୍ର କରିଥିଲା ଯାହା ସ୍ୱାଧୀନତା ସଂଗ୍ରାମ ପାଇଁ ଅଗଣିତ ଲୋକଙ୍କୁ ଏକତ୍ର କରିଥିଲା ।”

Leave a Reply

Your email address will not be published. Required fields are marked *