ଘରେ ଘରେ ତ୍ରିରଙ୍ଗା ଅଭିଯାନରେ ଅଭୂତପୂର୍ବ ଜନଭାଗିଦାରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଘରେ ଘରେ ତ୍ରିରଙ୍ଗା ଅଭିଯାନରେ ଅଭୂତପୂର୍ବ ଜନଭାଗିଦାରୀକୁ ନେଇ ଖୁସି ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଭାରତର ଲୋକମାନଙ୍କୁ ଏକତା ସୂତ୍ରରେ ବାନ୍ଧି ରଖୁଥିବା ଗଭୀର ଦେଶପ୍ରେମ ଭାବନା ଏବଂ ତ୍ରିରଙ୍ଗା ପ୍ରତି ସେମାନଙ୍କର ଅତୁଟ ଗୌରବକୁ ଏହା ପ୍ରତିଫଳିତ କରିଥାଏ। ସେ ନାଗରିକମାନଙ୍କୁ harghartiranga.comରେ ସେମାନଙ୍କର ଫଟୋ ଏବଂ ସେଲ୍ଫି ସେୟାର କରିବା ଜାରି ରଖିବାକୁ ମଧ୍ୟ ଅନୁରୋଧ କରିଛନ୍ତି।

ଘରେ ଘରେ ତ୍ରିରଙ୍ଗା ଅଭିଯାନରେ ଅଭୂତପୂର୍ବ ଜନଭାଗିଦାରୀ ବିଷୟରେ ସଂସ୍କୃତି ମନ୍ତ୍ରଣାଳୟର ପୋଷ୍ଟର ଜବାବରେ ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;

‘‘#HarGharTiranga ଅଭିଯାନ ସାରା ଭାରତରୁ ଅଭୂତପୂର୍ବ ଜନଭାଗିଦାରୀ ପାଇଥିବା ଦେଖି ଖୁସି। ଏହା ଆମ ଦେଶବାସୀଙ୍କୁ ଏକତା ସୂତ୍ରରେ ବାନ୍ଧି ରଖୁଥିବା ଗଭୀର ଦେଶପ୍ରେମର ଭାବନା ଏବଂ ତ୍ରିରଙ୍ଗା ପ୍ରତି ସେମାନଙ୍କର ଶ୍ରଦ୍ଧା ଓ ସମ୍ମାନକୁ ଦର୍ଶାଏ। harghartiranga.com ରେ ଫଟୋ ଏବଂ ସେଲ୍ଫି ସେୟାର କରିବା ଜାରି ରଖନ୍ତୁ।’’

Leave a Reply

Your email address will not be published. Required fields are marked *