୧୨୭ ବର୍ଷ ପରେ ପବିତ୍ର ପିପରହୱା ଅବଶେଷ ଦେଶକୁ ଫେରିଲା

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭଗବାନ ବୁଦ୍ଧଙ୍କ ପବିତ୍ର ପିପରହୱା ଅବଶେଷ ଦୀର୍ଘ ୧୨୭ ବର୍ଷ ପରେ ଦେଶକୁ ଫେରିଥିବାରୁ ସ୍ୱାଗତ କରିଛନ୍ତି । ଏହା ଦେଶର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ପାଇଁ ଏକ ଗୌରବପୂର୍ଣ୍ଣ ଖୁସିର କ୍ଷଣ ବୋଲି ସେ କହିଛନ୍ତି ।

‘ବିକାଶ ମଧ୍ୟ, ବୀରାସତ ମଧ୍ୟ’ ଭାବନାକୁ ପ୍ରତିବିମ୍ବିତ କରି ଏକ ବକ୍ତବ୍ୟରେ ପ୍ରଧାନମନ୍ତ୍ରୀ ଭଗବାନ ବୁଦ୍ଧଙ୍କ ଉପଦେଶ ପ୍ରତି ଭାରତର ଅପାର ଶ୍ରଦ୍ଧା ତଥା ନିଜର ଆଧ୍ୟାତ୍ମିକ ତଥା ଐତିହାସିକ ବୀରାସତକୁ ସଂରକ୍ଷିତ କରିବା ପ୍ରତି ରାଷ୍ଟ୍ରର ଅତୁଟ ପ୍ରତିବଦ୍ଧତାକୁ ଦର୍ଶାଉଥିବା କହିଛନ୍ତି ।

ଏକ୍ସ ର ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି:

“ଆମର ସାଂସ୍କୃତିକ ବୀରାସତ ପ୍ରତି ଏକ ଖୁସିର କ୍ଷଣ!

ଭଗବାନ ବୁଦ୍ଧଙ୍କ ପବିତ୍ର ପିପରହୱା ଅବଶେଷ ୧୨୭ ବର୍ଷର ଲମ୍ବା ସମୟ ପରେ ସ୍ୱଦେଶକୁ ଆସିଛି, ଏହା ଜାଣି ପ୍ରତ୍ୟେକ ଭାରତୀୟ ଗର୍ବ କରିବେ । ଏହି ପବିତ୍ର ଅବଶେଷ ଭଗବାନ ବୁଦ୍ଧ ଏବଂ ତାଙ୍କର ମହାନ ଶିକ୍ଷା ସହ ଭାରତର ସମ୍ବନ୍ଧକୁ ଦର୍ଶାଉଛି । ଏହା ଆମର ଗୌରବଶାଳୀ ସଂସ୍କୃତିର ବିଭିନ୍ନ ପଦକ୍ଷେପର ସଂରକ୍ଷଣ ଏବଂ ସୁରକ୍ଷା ପ୍ରତି ଆମର ପ୍ରତିବଦ୍ଧତାକୁ ମଧ୍ୟ ଦର୍ଶାଉଛି । #ବିକାଶ ମଧ୍ୟ, ବୀରସତ ମଧ୍ୟ ।”

“ଏହା ସ୍ମରଣୀୟ କି ୧୮୯୮ରେ ପିପରହୱା ଅବଶେଷ ଖୋଜାଯାଇଥିଲା, ଔପନିବେଶିକ କାଳରେ ଏହାକୁ ଭାରତ ବାହାରକୁ ନେଇ ନିଆଯାଇଥିଲା । ଯେତେବେଳେ ଚଳିତ ବର୍ଷ ପ୍ରାରମ୍ଭରେ ଏହାକୁ ଏକ ଆନ୍ତର୍ଜାତିକ ନିଲାମୀରେ ଦେଖିବାକୁ ମିଳିଥିଲା, ଏହାକୁ ସ୍ୱଦେଶ ଆଣିବା ଦିଗରେ ଆମେ ପଦକ୍ଷେପ ନେଇଥିଲୁ । ଏହି ପ୍ରଚେଷ୍ଟାରେ ସାମିଲ ଥିବା ପ୍ରତ୍ୟେକ ଲୋକଙ୍କୁ ପ୍ରଶଂସା କରୁଛି ।” 

Leave a Reply

Your email address will not be published. Required fields are marked *