ପଞ୍ଜିକରଣ ବ୍ୟତୀତ ପ୍ରକୃତ ଶିକ୍ଷା ଉପରେ ଧ୍ୟାନ କେନ୍ଦ୍ରୀତ କରିବା ପାଇଁ ଭାରତ ନିଜର ଶିକ୍ଷା ବ୍ୟବସ୍ଥାକୁ ପୁନଃ ପରିଭାଷିତ କରୁଛି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି ଯେ, ପଞ୍ଜିକରଣ ବ୍ୟତୀତ ପ୍ରକୃତ ଶିକ୍ଷା ଉପରେ ଧ୍ୟାନ କେନ୍ଦ୍ରୀତ କରିବା ପାଇଁ ଭାରତ ନିଜର ଶିକ୍ଷା ବ୍ୟବସ୍ଥାକୁ ପୁନଃ ପରିଭାଷିତ କରୁଛି । ଏକ ଲେଖା ଶେୟାର କରି ଶ୍ରୀ ମୋଦୀ ପିଆର୍‌ଏସ୍ ୨୦୨୪ର ପ୍ରଶଂସା କରିଛନ୍ତି, ଯାହା ଛାତ୍ର ପ୍ରଗତିରେ ବୈଜ୍ଞାନିକ ଅନ୍ତର୍ଦୃଷ୍ଟି ପ୍ରଦାନ କରିଥାଏ । ଏହାଛଡା ଏକ ସମାବେଶୀ, ଦକ୍ଷତା ଆଧାରିତ ଶିକ୍ଷା ଇକୋସିଷ୍ଟମ୍ ଗଠନ ଦିଗରେ ପ୍ରମାଣ-ଆଧାରିତ, ଜିଲ୍ଲା-ସ୍ତରୀୟ କାର୍ଯ୍ୟର ରୋଡମ୍ୟାପ ପ୍ରସ୍ତୁତ କରିଥାଏ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ଜୟନ୍ତ ଚୌଧୁରୀଙ୍କ ଦ୍ୱାରା ଏକ୍ସରେ କରାଯାଇଥିବା ଏକ ପୋଷ୍ଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ହ୍ୟାଣ୍ଡେଲ ପକ୍ଷରୁ କୁହାଯାଇଛି;

“ଭାରତର ନିଜର ଶିକ୍ଷା ବ୍ୟବସ୍ଥାକୁ ପଞ୍ଚିକରଣର ପରିସୀମା ବ୍ୟତୀତ ବାସ୍ତବିକ ଶିକ୍ଷା ଉପରେ ଧ୍ୟାନ କେନ୍ଦ୍ରୀତ କରିବା ପାଇଁ ପୁନଃ ପରିଭାଷିତ କରୁଛି । ତାଙ୍କର ସଦ୍ୟ ପ୍ରତିଫଳନରେ, କେନ୍ଦ୍ରମନ୍ତ୍ରୀ ଶ୍ରୀ ଜୟନ୍ତ ଚୌଧୁରୀ କିପରି ପିଆରଏସ ୨୦୨୪ ଛାତ୍ର ପ୍ରଗତିରେ ବୈଜ୍ଞାନିକ ଅନ୍ତର୍ଦୃଷ୍ଟି ପ୍ରଦାନ କରିବା ସହ ଏକ  ସମାବେଶୀ, ଦକ୍ଷତା ଆଧାରିତ ଶିକ୍ଷା ଇକୋସିଷ୍ଟମ ଗଠନ ପାଇଁ ପ୍ରମାଣ ଆଧାରିତ, ଜିଲ୍ଲା-ସ୍ତରୀୟ କାର୍ଯ୍ୟର ରୋଡମ୍ୟାପ ପ୍ରସ୍ତୁତ କରିଥାଏ ତାହା ବର୍ଣ୍ଣନା କରିଛନ୍ତି ।”

Leave a Reply

Your email address will not be published. Required fields are marked *