ସୋର ନୂଆଗାଁରେ ସଂଘର ବରିଷ୍ଠ ପ୍ରଚାରକ କୈଳାସ ଜେନାଙ୍କ ଶ୍ରଦ୍ଧାଞ୍ଜଳି ସଭା

ସୋର ନୂଆଗାଁରେ ସଂଘର ବରିଷ୍ଠ ପ୍ରଚାରକ କୈଳାସ ଜେନାଙ୍କ ଶ୍ରଦ୍ଧାଞ୍ଜଳି ସଭା
ଭୁବନେଶ୍ୱର/ ସୋର,୩୦/୭: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରାନ୍ତ ସେବାଭାରତୀ ସଂଗଠନ ମନ୍ତ୍ରୀ କୈଳାସ ଚନ୍ଦ୍ର ଜେନାଙ୍କ ଏକାଦଶାହ ତିଥିରେ ବୁଧବାର ଦିନ ଜନ୍ମସ୍ଥାନ ବାଲେଶ୍ୱର ଜିଲ୍ଲା, ସୋର, ଦହିଷଡା ପଞ୍ଚାୟତ ନୂଆଗାଁ ରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଦିବଙ୍ଗତ କୈଳାସ ଜେନା ୧୯୮୭ ମସିହାରୁ ସଂଘର ପ୍ରଚାରକ ଭାବରେ ଓଡିଶାର ବିଭିନ୍ନ ଜିଲ୍ଲାରେ ଦିୟିତ୍ୱ ବହନ କରି ସେବାଭାରତୀର ପ୍ରାନ୍ତ ସଂଗଠନ ମନ୍ତ୍ରୀ ଦାୟିତ୍ୱ ସୁଚାରୁରୂପେ ଚଳାଇ ଆସୁଥିଲେ। ହୃଦ୍ ରୋଗରେ ଚିକିତ୍ସିତ ହେଉଥିବା ସମୟରେ ଭୂବନେଶ୍ୱରର ସମ୍ ଅଲ୍ଟିମେଟରେ ଗତ ୨୦ ତାରିଖ ଦିନ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।
ଆଜି ସଂଘର ବାଲେଶ୍ୱର ବିଭାଗ କାର୍ଯ୍ୟବାହ ଅବସରପ୍ରାପ୍ତ ପ୍ରାଧ୍ୟାପକ ବିଷ୍ଣୁ ମୋହନ ପଣ୍ଡା ଓ ପ୍ରାନ୍ତ ସେବା ଭାରତୀ ପ୍ରମୁଖ ରୂପେନ୍ଦ୍ର କହଁର ଶ୍ରଦ୍ଧାଞ୍ଜଳି ସଭା ପରିଚାଳନା କରିଥିଲେ। ସାରା ରାଜ୍ୟରୁ ପ୍ରମୁଖ କାର୍ଯ୍ୟକର୍ତ୍ତା, ପ୍ରଚାରକ ଓ ଶୁଭେଚ୍ଛୁମାନେ ଯୋଗଦେଇ ଦିବଙ୍ଗତ କୈଳାସ ଜେନାଙ୍କର ସ୍ମୃତି ଚାରଣ କରିଥିଲେ। ସଂଘର କ୍ଷେତ୍ର ପ୍ରଚାରକ ପ୍ରମୁଖ ପ୍ରସନ୍ନ କୁମାର ମିଶ୍ର,ପ୍ରାନ୍ତ ପ୍ରଚାରକ ବିପିନ୍ ପ୍ରସାଦ ନନ୍ଦ,ସହପ୍ରାନ୍ତ ପ୍ରଚାରକ ଅସିତ କୁମାର ସାହୁ ତଥା ବହୁ ପ୍ରଚାରକ, କାର୍ଯ୍ୟବାହ ଓ ଅନ୍ୟାନ୍ୟ ପଦାଧିକାରୀ ଯୋଗଦାନ ପୂର୍ବକ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଓଡିଶା ବିଧାନସଭାର ଉପମୁଖ୍ୟ ସଚେତକ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ,ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ, ପ୍ରାନ୍ତ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ ସାରଦା ଶତପଥୀ, ଜିଲ୍ଲା ସଭାପତି ଇଶ୍ୱର ବେହେରା,ସମ୍ପାଦକ ବିଜୟ ସାହୁ, ସୋରର ପର୍ଶୁରାମ ଧଡା ଓ ଅନ୍ୟାନ୍ୟ ପ୍ରମୁଖ ନେତୃମଣ୍ଡଳୀ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସ୍ଥାନୀୟ ଗ୍ରାମବାସୀ, ପରିବାର ବର୍ଗ ଓ ଆତ୍ମିୟ ସ୍ୱଜନଗଣ ସ୍ୱର୍ଗତ କୈଳାସ ଭାଇଙ୍କ ବହୁମୁଖି ପ୍ରତିଭା,ଆଦର୍ଶ ଜୀବନଶୈଳୀ, ସରଳ ନିଷ୍କପଟ ଭାବ ଓ ରାଷ୍ଟ୍ରପ୍ରତି ତାଙ୍କର ସମ୍ପୂର୍ଣ୍ଣ ସମର୍ପିତ ଭାବନା ସମ୍ପର୍କରେ ବକ୍ତବ୍ୟମାନ ରଖିଥିଲେ। ତାଙ୍କର କନିଷ୍ଠ ଭ୍ରାତା କପିଳ ଚରଣ ଜେନା ଓ ପରିବାର ବର୍ଗ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ସାମୁହିକ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା । ବିକ୍ରମ କେଶରୀ ମହାପାତ୍ର,ବିଜୟ କୁମାର ଦାସ, ବସନ୍ତ ସନ୍ଧିବିଗ୍ରହ, କାହ୍ନୁ ଚରଣ ବେହେରା, ସବ୍ୟସାଚୀ ରଣା,ଅମର ନାୟକ, ବୁଦ୍ଧି ରାମ ସାହୁ,ଉତ୍ତମ ମହାନ୍ତି, ଶଶିକାନ୍ତ ମିଶ୍ର, ସଞ୍ଜୟ ଦାସ, ଧନୁର୍ଜୟ ଧଡା ଇତ୍ୟାଦି ସୋରର କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *