ସରସଂଘଚାଳକ ମୋହନ ଭାଗବତ ମୁଖ୍ୟ ଅତିଥି ଏବଂ କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭିଆ ସମ୍ମାନୀତ ଅତିଥି ଭାବେ ଯୋଗଦେବେ
ନୂଆଦିଲ୍ଲୀ। ଭାରତୀୟ ମଜଦୁର ସଂଘର ୭୦ତମ ଗୌରବମୟ ବର୍ଷ ପୂରଣ (୨୩ ଜୁଲାଇ ୨୦୨୫) ଅବସରରେ, ଇନ୍ଦିରା ଗାନ୍ଧୀ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକ ଡକ୍ଟର ମୋହନ ଭାଗବତ ଜୀ ମୁଖ୍ୟ ଅତିଥି ହେବେ। ଭାରତ ସରକାରଙ୍କ ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରୀ ମନସୁଖ ଭାଇ ମାଣ୍ଡଭିଆ କାର୍ଯ୍ୟକ୍ରମରେ ବିଶେଷ ଅତିଥି ଭାବରେ ଉପସ୍ଥିତ ରହିବେ। ଭାରତୀୟ ମଜଦୁର ସଂଘର ଅଖିଳ ଭାରତୀୟ ସଭାପତି ହିରଣ୍ମୟ ପାଣ୍ଡ୍ୟା ଏକ ସାମ୍ବାଦିକ ସମ୍ମିଳନୀରେ ଏହି ବିଷୟ ପ୍ରକାଶ କରିଛନ୍ତି ।
ଭାରତୀୟ ମଜଦୁର ସଂଘର ଯାତ୍ରା ୨୩ ଜୁଲାଇ ୧୯୫୫ ରେ ଭୋପାଳରେ ଆରମ୍ଭ ହୋଇଥିଲା। ଏହି ଅବସରରେ ୭୦ ବର୍ଷର କାର୍ଯ୍ୟକ୍ରମ ୨୩ ଜୁଲାଇ ୨୦୨୪ ରେ ଭୋପାଳରୁ ଆରମ୍ଭ ହୋଇଥିଲା। ସେ କହିଥିଲେ ଯେ ଭା.ଏମ୍.ଏସ୍. କେବଳ (ପେ-ପର୍କ-ପ୍ରମୋଶନ) ଦରମା-ଭତ୍ତା-ପଦୋନ୍ନତି ପାଇଁ ସଂଘର୍ଷ କରେ ନାହିଁ, ବରଂ ଏହାର ସାମାଜିକ ଦାୟିତ୍ୱ ମଧ୍ୟ ଗ୍ରହଣ କରେ। ତେଣୁ ଭା.ଏମ୍.ଏସ୍. ଏହା ପୂର୍ବରୁ ତିନୋଟି ବିଷୟ ପର୍ଯ୍ଯାବରଣ ସୁରକ୍ଷା, ସମରସତା, ସ୍ୱଦେଶୀ,ଉପରେ କାର୍ଯ୍ୟ କରୁଥିଲା। ଏବେ ଏହାର କାର୍ଯ୍ୟ ପଦ୍ଧତିରେ ଦୁଇଟି ନୂତନ ବିଷୟ, କୁଟୁମ୍ଭ ପ୍ରବୋଧନ ଏବଂ ନାଗରିକ କର୍ତ୍ତବ୍ୟ ସାମିଲ କରାଯାଇଛି ଏବଂ ଜନସଚେତନତା ସୃଷ୍ଟି କରିବା ପାଇଁ ଅଗଷ୍ଟରୁ ପାଞ୍ଚ ମାସ ପାଇଁ ଜିଲ୍ଲା ସ୍ତରରେ ଏହାର ସଦସ୍ୟ ଏବଂ ସମାଜ ସହିତ ଏକ ବ୍ଯାଖ୍ଯାନମାଳାର ଆଯୋଜନ କରାଯିବ।
ସେ ସୂଚନା ଦେଇଥିଲେ ଯେ ୨୩ ଜୁଲାଇରେ ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଭାରତ) ନିର୍ଦ୍ଦେଶକ, ଭି.ଭି. ଗିରି ଜାତୀୟ ଶ୍ରମ ପ୍ରତିଷ୍ଠାନର ଅଧିକାରୀ, ଶ୍ରମ ମନ୍ତ୍ରଣାଳୟର ଅଧିକାରୀ, ସଂସଦ ସଦସ୍ୟ, ଅନ୍ୟାନ୍ୟ ଶ୍ରମିକ ସଂଗଠନର ବରିଷ୍ଠ ନେତାମାନେ ମଧ୍ୟ ଉପସ୍ଥିତ ରହିବେ। ବିଭିନ୍ନ ସଂଗଠନର ନିଯୁକ୍ତିଦାତା ପ୍ରତିନିଧିମାନେ ମଧ୍ୟ ଉପସ୍ଥିତ ରହିବେ।