ଅପରାଧୀଙ୍କୁ କଠୋରରୁ କଠୋରତମ ଦଣ୍ଡ ପ୍ରଦାନ କରାଯିବ

ମୁଖ୍ୟମନ୍ତ୍ରୀ ମୋହନ ମାଝୀ   କହିଛନ୍ତି, ଆଜି ପୁରୀ ଜିଲ୍ଲାର ବଳଙ୍ଗା ଠାରେ ଗୋଟିଏ ଅଭାବନୀୟ ଘଟଣା ଘଟିଛି। ଜଣେ ନାବାଳିକାଙ୍କ ଦେହରେ କିଛି ଦୁର୍ବୃତ୍ତ ନିଆଁ   ଲଗାଇ ଦେଇଛନ୍ତି। ଏ ଘଟଣାରେ ପୋଲିସ୍ ଆମୂଳଚୂଳ ତଦନ୍ତ ଜାରି ରଖିଛି। ସମ୍ପୃକ୍ତ ପୀଡିତା ବର୍ତ୍ତମାନ ଭୁବନେଶ୍ୱର ଏମ୍‌ସ ରେ ଚିକିତ୍ସିତ ହେଉଛନ୍ତି। ପୀଡିତାଙ୍କ ଜୀବନ ରକ୍ଷା ପାଇଁ ସମସ୍ତ ପ୍ରକାର ଉଦ୍ୟମ ଜାରି ରହିଛି। ରାଜ୍ୟ ସରକାର ସମ୍ପୃକ୍ତ ପୀଡିତାଙ୍କୁ ଏୟାରଲିଫ୍ଟ କରି ଦିଲ୍ଲୀ ଏମ୍‌ସରେ ଚିକିତ୍ସା କରିବା ପାଇଁ ପ୍ରସ୍ତୁତ ଅଛନ୍ତି।  ଏହି ଘଟଣାରେ ଅପରାଧୀ ଯେଉଁଠାରେ ଥିଲେ ବି ନିଶ୍ଚିତ ଭାବରେ ଧରା ପଡ଼ିବେ। ପୁଲିସ ଟିମ୍‍ ଅପରେସନ ମୋଡରେ ଅଛନ୍ତି। ଆଇନ ଅନୁଯାୟୀ ଅପରାଧୀଙ୍କୁ କଠୋରରୁ କଠୋରତମ ଦଣ୍ଡ ପ୍ରଦାନ କରାଯିବ। ପୀଡିତାଙ୍କ ସ୍ୱାସ୍ଥ୍ୟ ପରିସ୍ଥିତି ସମ୍ପର୍କରେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ, ସ୍ୱାସ୍ଥ୍ୟ ବିଭାଗ ଏବଂ ସିଏମ୍‍ଓ ଏମ୍‍ସ କର୍ତ୍ତୃପକ୍ଷଙ୍କ ସହିତ ଯୋଗାଯୋଗରେ ଅଛନ୍ତି। ତାଙ୍କ ସ୍ୱାସ୍ଥ୍ୟ ପରିସ୍ଥିତି ସମ୍ପର୍କରେ ଖବର ରଖାଯାଉଛି। ଯଦି ତାଙ୍କୁ ଏୟାରଲିଫ୍ଟ କରିବା ପାଇଁ ପରିସ୍ଥିତି ଅନୁକୂଳ ହୁଏ ଏବଂ ଏଥିପାଇଁ ଭୁବନେଶ୍ୱର ଏମ୍‌ସର ନିର୍ଦ୍ଦେଶକ ଅନୁମୋଦନ ଦିଅନ୍ତି, ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ଦିଲ୍ଲୀ ନେବା ପାଇଁ ସମସ୍ତ ବ୍ୟବସ୍ଥା କରାଯିବ।

Leave a Reply

Your email address will not be published. Required fields are marked *