ଜୁଲାଇ ୦୪ ରୁ ଦିଲ୍ଲୀରେ ଅନୁଷ୍ଠିତ ହେବ ତିନି ଦିନିଆ ପ୍ରାନ୍ତ ପ୍ରଚାରକ ବୈଠକ
ନୂଆ ଦିଲ୍ଲୀ, ଜୁଲାଇ ୦୩, ୨୦୨୫।ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ତିନି ଦିନିଆ ଅଖିଳ ଭାରତୀୟ ପ୍ରାନ୍ତ ପ୍ରଚାରକ ବୈଠକ ଜୁଲାଇ ୦୪ ରୁ ୦୬ ପର୍ଯ୍ୟନ୍ତ କେଶବ କୁଞ୍ଜ (ଦିଲ୍ଲୀ)ରେ ଆୟୋଜିତ ହେବାକୁ ଯାଉଛି। ବୈଠକରେ ମୁଖ୍ୟତଃ ସାଂଗଠନିକ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ। ଏହି ବୈଠକ ନିଷ୍ପତ୍ତି ଗ୍ରହଣ ବୈଠକ ନୁହେଁ। ପ୍ରଦେଶଗୁଡ଼ିକରେ ସଂଗଠନର କାର୍ଯ୍ୟର ପ୍ରଗତି ଏବଂ ଅନୁଭବ ଉପରେ ଆଲୋଚନା କରାଯିବ । କାର୍ଯ୍ୟ ବିଭାଗଗୁଡ଼ିକର କାର୍ଯ୍ୟ ବିଷୟରେ ମଧ୍ୟ ଆଲୋଚନା କରାଯିବ । ସରସଂଘଚାଳକ ମୋହନ ଭାଗବତ ଜୀ, ସରକାର୍ଯ୍ଯବାହ ଦତ୍ତାତ୍ରେୟ ହୋସବାଲେ ଜୀ ବୈଠକରେ ଉପସ୍ଥିତ ରହିବେ । ସମସ୍ତ କର୍ଯ୍ଯକର୍ତ୍ତାଙ୍କୁ ସେମାନଙ୍କର ମାର୍ଗଦର୍ଶନ ପ୍ରାପ୍ତହେବ । ସମସ୍ତ ସହ-ସରକାର୍ଯ୍ଯବାହ, କାର୍ଯ୍ୟ ବିଭାଗ ମୁଖ୍ୟ ଏବଂ ସଂଘ ଦ୍ୱାରା ଅନୁପ୍ରାଣିତ ୩୨ ଟି ବିବିଧ ସଂଗଠନର ଅଖିଳ ଭାରତୀୟ ସଂଗଠନ ମନ୍ତ୍ରୀ ବୈଠକରେ ଉପସ୍ଥିତ ରହିବେ।
ଆଜି କେଶବ କୁଞ୍ଜରେ ସାମ୍ବାଦିକମାନଙ୍କ ସହ ଆଲୋଚନା ସମୟରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ ପ୍ରଚାର ପ୍ରମୁଖ ସୁନୀଲ ଆମ୍ବେକର ଜୀ ବୈଠକରେ ଆଲୋଚନା ହେବାକୁ ଥିବା ବିଷୟଗୁଡ଼ିକ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଏହି ଅବସରରେ ତାଙ୍କ ସହିତ ସହ-ପ୍ରଚାର ପ୍ରମୁଖ ନରେନ୍ଦ୍ର ଠାକୁର, ପ୍ରଦୀପ ଯୋଶୀ ମଧ୍ୟ ଉପସ୍ଥିତ ଥିଲେ।
ସେ ସୂଚନା ଦେଇଥିଲେ ଯେ ମାର୍ଚ୍ଚ ପରେ ସାରା ଦେଶରେ ଏପର୍ଯ୍ୟନ୍ତ ୧୦୦ଟି ପ୍ରଶିକ୍ଷଣ ବର୍ଗ ଆୟୋଜନ କରାଯାଇଛି। ଯେଉଁଥିରେ ୪୦ ବର୍ଷରୁ କମ୍ ବୟସର ସ୍ୱୟଂସେବକଙ୍କ ପାଇଁ ୭୫ଟି ବର୍ଗ ଏବଂ ୪୦ ରୁ ୬୦ ବର୍ଷ ବୟସର ସ୍ୱୟଂସେବକଙ୍କ ପାଇଁ ୨୫ଟି ବର୍ଗର ଆୟୋଜନ କରାଯାଇଛି। ପ୍ରଶିକ୍ଷଣ ବର୍ଗ ସମୟରେ ସେବା ବିଭାଗ ସମେତ ବିଭିନ୍ନ କାର୍ଯ୍ୟ ବିଭାଗ ପାଇଁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ସ୍ୱୟଂସେବକମାନେ ସ୍ଥାୟୀ ପ୍ରକଳ୍ପରେ ମଧ୍ୟ ସାମିଲ ହୁଅନ୍ତି, ଏବଂ ବିପର୍ଯ୍ୟୟ ସମୟରେ ମଧ୍ୟ, ସ୍ୱୟଂସେବକମାନେ ସେବା କାର୍ଯ୍ୟରେ ନିୟୋଜିତ ହୁଅନ୍ତି। ପୁରୀ ଜଗନ୍ନାଥ ରଥଯାତ୍ରା, ଅହମ୍ମଦାବାଦ ବିମାନ ଦୁର୍ଘଟଣା ସମୟରେ ମଧ୍ୟ ସ୍ୱୟଂସେବକମାନେ ସେବା କାର୍ଯ୍ୟରେ ସାମିଲ ହୋଇଥିଲେ।
ସେ ସୂଚନା ଦେଇଥିଲେ ଯେ ଶତବାର୍ଷିକୀ ବର୍ଷ ଏହି ବୈଠକର ମୁଖ୍ୟ ବିଷୟ। ସମସ୍ତ ପ୍ରଦେଶ ନିଜସ୍ୱ ଯୋଜନା ପ୍ରସ୍ତୁତ କରିଛନ୍ତି। ବୈଠକରେ ଆଲୋଚନା କରାଯିବ, ବୈଠକ ପରେ ଏ ସମ୍ପର୍କରେ ସୂଚନା ପ୍ରଦାନ କରାଯିବ।
୨ ଅକ୍ଟୋବରରେ ନାଗପୁରରେ ବିଜୟାଦଶମୀ ଉତ୍ସବ ସହିତ ଶତବାର୍ଷିକୀ ବର୍ଷ ଆରମ୍ଭ ହେବ। ଯେଉଁଥିରେ ପୂଜ୍ୟ ସରସଂଘଚାଳକ ଜୀ ଉପସ୍ଥିତ ରହିବେ। ଏହା ପରେ ଶତବାର୍ଷିକୀ ବର୍ଷର କାର୍ଯ୍ୟକ୍ରମଗୁଡ଼ିକ ଆଗାମୀ ଏକ ବର୍ଷ ପାଇଁ ଜାରି ରହିବ। ସେହି ଦିନ ସାରା ଦେଶରେ ଶାଖା/ମଣ୍ଡଳ/ବସ୍ତି ସ୍ତରରେ ଉତ୍ସବ ଆୟୋଜନ କରାଯିବ। ଅନ୍ୟ ଏକ ବିଶେଷ ଅଭିଯାନ ଅନ୍ତର୍ଗତ ସ୍ୱୟଂସେବକମାନେ ଘରକୁ ଘର ଯାଇ ଲୋକଙ୍କ ସହିତ ସଂପର୍କ କରିବେ। ଗୃହ ସମ୍ପର୍କ ଅଭିଯାନ ସମୟରେ, ସ୍ୱୟଂସେବକମାନେ ସାହିତ୍ୟ ପ୍ରଦାନ କରିବେ ଏବଂ ଆଲୋଚନା କରିବେ।
ଦେଶର ସହର/ବ୍ଲକ ସ୍ତରରେ ସାମାଜିକ ସଦ୍ଭାବନା ବୈଠକ ଆୟୋଜନ କରାଯିବ। ଏଥିରେ ବିଭିନ୍ନ ବର୍ଗର ପ୍ରମୁଖ ବ୍ୟକ୍ତିମାନେ ଏକତ୍ରିତ ହୋଇ ସାମାଜିକ କୁସଂସ୍କାର ଦୂର କରିବା, ସଦଭାବ ଏବଂ ସମରସତା ବୃଦ୍ଧି କରିବା ପାଇଁ ଉପାୟଗୁଡ଼ିକ ଉପରେ ଆଲୋଚନା କରିବେ। ଏହା ସହିତ ଜିଲ୍ଲା କେନ୍ଦ୍ରଗୁଡ଼ିକରେ ପ୍ରମୁଖ ନାଗରିକ ଆଲୋଚନାଚକ୍ର ଆୟୋଜନ କରାଯିବ। ସେମିନାରରେ, ହିନ୍ଦୁତ୍ୱ, ଜାତୀୟ ସ୍ୱାର୍ଥ, ଭବିଷ୍ୟତର ଭାରତର ସଂକଳ୍ପ ଉପରେ ଆଲୋଚନା ହେବ। ଶତବାର୍ଷିକୀ ଅବସରରେ ଯୁବପିଢ଼ିଙ୍କ ଅଂଶଗ୍ରହଣ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯିବ।
ସେ କହିଥିଲେ ଯେ ଶତବାର୍ଷିକୀ ବର୍ଷକୁ ଦୃଷ୍ଟିରେ ରଖି ପରମପୂଜନୀଯ ସରସଂଘଚାଳକଜୀଙ୍କ ପ୍ରବାସ ଯୋଜନା ଉପରେ ମଧ୍ୟ ଆଲୋଚନା କରାଯିବ। ଶତବାର୍ଷିକୀ ବର୍ଷ ଅବସରରେ ଦେଶର ଚାରୋଟି ପ୍ରମୁଖ ସହର, ଦିଲ୍ଲୀ, ମୁମ୍ବାଇ, କୋଲକାତା, ବାଙ୍ଗାଲୋରରେ ସରସଂଘଚାଳକ ଜୀଙ୍କ ସହିତ ବିଶେଷ ଆଲୋଚନା କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଯେଉଁଥିରେ ସମାଜର ପ୍ରମୁଖ ବ୍ୟକ୍ତିମାନଙ୍କୁ ନିମନ୍ତ୍ରଣ କରାଯିବ।
ସେ କହିଥିଲେ ଯେ ସଂଘକୁ ଜାଣିବା ଏବଂ ସଂଘରେ ଯୋଗଦେବା ପାଇଁ ସମାଜରେ ବିଶେଷ ଉତ୍ସାହ ଦେଖାଯାଉଛି। ଯୁବପିଢ଼ି ମଧ୍ୟ ବହୁ ସଂଖ୍ୟାରେ ସଂଘରେ ଯୋଗଦେବାକୁ ଇଚ୍ଛୁକ। ଚଳିତ ବର୍ଷ ଆୟୋଜିତ ପ୍ରଶିକ୍ଷଣ ବର୍ଗରେ ଯୁବପିଢ଼ି ବହୁ ସଂଖ୍ୟାରେ ଅଂଶଗ୍ରହଣ କରିଛନ୍ତି। ଏହା ସହିତ ଏପ୍ରିଲରୁ ଜୁନ୍ ମଧ୍ୟରେ, Join RSS ମାଧ୍ୟମରେ ୨୮,୫୭୧ ଜଣ ବ୍ଯକ୍ତି ସଂଘରେ ଯୋଗଦେବା ପାଇଁ ଅନଲାଇନରେ ପଞ୍ଜୀକରଣ କରିଛନ୍ତି।
ସେ କହିଛନ୍ତି ଯେ ଶତବାର୍ଷିକୀ ବର୍ଷ ଅବସରରେ ସଂଘ ସମାଜ ସମ୍ମୁଖରେ ପଞ୍ଚ ପରିବର୍ତ୍ତନର ବିଚାର ରଖିଛି, ଯାହା ଅଧୀନରେ ସମଗ୍ର ସମାଜର ଅଂଶଗ୍ରହଣ ସହିତ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବା ଲକ୍ଷ୍ୟ ରଖାଯାଇଛି। ସାମାଜିକ ସମରସତା ଅଧୀନରେ ସମାଜରେ ସମନ୍ୱୟ ବୃଦ୍ଧି ପାଇବ, ପରିବାରଗୁଡ଼ିକରେ ପରିବେଶ ଅନୁକୂଳ ଜୀବନଶୈଳୀ ରହିବା ଉଚିତ,ସ୍ବ ବୋଧର ଗୌରବ, ପରିବାରରେ ଆତ୍ମିୟତା ଏବଂ ସଂସ୍କୃତି ବୃଦ୍ଧି ପାଇବା ଉଚିତ, ନାଗରିକ କର୍ତ୍ତବ୍ୟ ପାଳନ ପ୍ରତି ସଚେତନତା ବୃଦ୍ଧି ପାଇବା ଉଚିତ। ଏଥିପାଇଁ ସଂଘର ସ୍ୱୟଂସେବକ ମାନେ ସମାଜର ଅଂଶଗ୍ରହଣ ସହିତ ଆଗକୁ ବଢ଼ିବେ।