ଅମରନାଥ ଯାତ୍ରା ଆରମ୍ଭ

ଶ୍ରୀନଗର: 3880 ମିଟର ଉଚ୍ଚ ତୀର୍ଥସ୍ଥଳକୁ 38 ଦିନ ବ୍ୟାପୀ ଅମରନାଥ ଯାତ୍ରାର ଶୁଭାରମ୍ଭ ହୋଇଛି। ଜମ୍ମୁ କାଶ୍ମୀରର ଉପ ରାଜ୍ୟପାଳ ମନୋଜ ସିହ୍ନା ଜମ୍ମୁରୁ ପତାକା ଦେଖାଇ ଏହି ପବିତ୍ର ୟାତ୍ରାର ଶୁଭାରମ୍ଭ କରିଥିଲେ। ଅନନ୍ତନାଗ ଜିଲ୍ଲାର ପାରମ୍ପରିକ 48 କିଲୋମିଟର ଲମ୍ବା ନୂନୱାନ-ପହଲଗାମ ରୁଟ୍ ଏବଂ ଗଣ୍ଡେରବାଲ ଜିଲ୍ଲାର 14 କିଲୋମିଟର କମ୍ କିନ୍ତୁ ଅଧିକ ଉଚ୍ଚ ବାଲତାଲ ରୁଟ୍ ଦୋଇ ଯାତ୍ରା ଆରମ୍ଭ କରିଛନ୍ତି ଶ୍ରଦ୍ଧାଳୁ।

କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ, ଗତକାଲି ଜମ୍ମୁରୁ ବାହାରିଥିବା 5,485 ତୀର୍ଥଯାତ୍ରୀଙ୍କ ପ୍ରଥମ ଦଳ ଆଜି ସକାଳେ ଭଗବାନ ଶିବଙ୍କ ପବିତ୍ର ଗୁମ୍ଫା ମନ୍ଦିରକୁ ଯାତ୍ରା ଆରମ୍ଭ କରିଥିଲେ। ତୀର୍ଥଯାତ୍ରୀମାନଙ୍କୁ ପହଲଗାମର ନନୱାନ ଏବଂ ସୋନମାର୍ଗର ବାଲତାଲର ଯୋଡା ବେସ୍ କ୍ୟାମ୍ପରୁ ପତାକା ଦେଖାଇ ଯାତ୍ରା ଆରମ୍ଭ କରାଯାଇଥିଲା। ସେମାନେ ଚନ୍ଦନୱାରୀ ଅଭିମୁଖେ ଆଗକୁ ବଢ଼ିଥିଲେ।

Leave a Reply

Your email address will not be published. Required fields are marked *