କାଲି ଅନେକ ପାକିସ୍ତାନୀ ସେଲିବ୍ରିଟିଙ୍କ ସୋସିଆଲ ମିଡିଆ ସହ ହମ୍ ଟିଭି, ଏଆରୟାଇ ଡିଜିଟାଲ, ହର ପଲ ଜିଓ ଏବେ ଭାରତରେ ଦୃଶ୍ୟମାନ ହୋଇଥିଲେ ବି ଆଜି ଏହା ଆଉ ଦେଖିବାକୁ ମିଳୁନି

ଗତକାଲି କିଛି ପାକିସ୍ତାନୀ ସେଲିବ୍ରିଟି, କ୍ରିକେଟର ଏବଂ କିଛି ନ୍ୟୁଜ ଚେନାଲ ଭାରତରେ ଦେଖିବାକୁ ମିଳିଥିବା ବେଳେ ଏହାକୁ ପୁଣି ଥରେ ବନ୍ଦ କରାଯାଇଛି । ତେବେ ଗତକାଲି ପାକିସ୍ତାନୀ ମିଡିଆ ଏବଂ ସୋସିଆଲ ମିଡିଆ ଉପରୁ ହଟିଥିଲା ପ୍ରତିବନ୍ଧକ । ପାକିସ୍ତାନର ବଡ ବଡ ସେଲିବ୍ରିଟି ଏବଂ ଖେଳାଳୀଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଉପରୁ ପ୍ରତିବନ୍ଧକ ହଟିଥିଲା । ଏହାପରେ ପାକିସ୍ତାନୀ ଟିଭି ଚ୍ୟାନେଲ ଏବଂ ସୋସିଆଲ ମିଡିଆ ଭାରତରେ ଦେଖିବାକୁ ମିଳୁଛି । ପହଲଗାମ୍ ହମଲା ପରେ ଅପରେସନ ସିନ୍ଦୂର ସମୟରେ ଏହି ପ୍ରତିବନ୍ଧକ ଲଗାଇଥିଲା ଭାରତ । ଅପରେସନ ସିନ୍ଦୂର ବେଳେ ଅପପ୍ରଚାର ଏବଂ ଦଙ୍ଗା ସୃଷ୍ଟିକାରୀ କଣ୍ଟେଣ୍ଟ ପକାଉଥିବାରୁ ପାକିସ୍ତାନୀ ମିଡିଆ ଏବଂ ସୋସିଆଲ ମିଡିଆ ସହ ସେଲିବ୍ରିଟିଙ୍କ ଆକାଉଣ୍ଟକୁ ବନ୍ଦ କରାଯାଇଥିଲା ।

Leave a Reply

Your email address will not be published. Required fields are marked *