କାଜାକସ୍ତାନରେ ହିଜାବ ବ୍ୟାନ

କାଜାକସ୍ତାନରେ ହିଜାବ ବ୍ୟାନ
କାଜାକସ୍ତାନରେ ହିଜାବକୁ ବ୍ୟାନ କରାଯାଇଛି । ଏ ନେଇ ରାଷ୍ଟ୍ରପତି କାସିମ- ଜୋମାର୍ଟ ତୋକାୟେବ ଏକ ଆଇନରେ ସ୍ବାକ୍ଷର କରିଛନ୍ତି। ଏହା ଅନୁଯାୟୀ ବ୍ୟକ୍ତିର ପରିଚୟ ଲୁଚାଉଥ‌ିବା, ମୁହଁ ଘୋଡ଼ାଇ ରଖିବା ପୋଷାକ ସାର୍ବଜନୀନ ସ୍ଥାନରେ ପିନ୍ଧିପାରିବେ ନାହିଁ। ତୋକାୟେବ କହିଛନ୍ତି ଯେ ମୁଖ ଢାଙ୍କିଥ‌ିବା କଳା ପୋଷାକ ପରିବର୍ତ୍ତେ ଆମର ଜାତୀୟ ପୋଷାକ ପିନ୍ଧିବା ଭଲ । ଏହି ପୋଷାକ ଆମର ସଂସ୍କୃତିକୁ ପ୍ରତିଫଳିତ କରେ ଏବଂ ଏଗୁଡ଼ିକୁ ପ୍ରୋତ୍ସାହିତ କରାଯିବା ଉଚିତ । ତେବେ ଅସୁସ୍ଥତା, ଖରାପ ପାଗ, କ୍ରୀଡା କିମ୍ବା ସାଂସ୍କୃତିକ କାର୍ଯ୍ୟକ୍ରମରେ ଏହି ନିୟମ ଛାଡ କରାଯାଇଛି । କାଜାକିସ୍ତାନରେ ପ୍ରାୟ ୭୦% ମୁସଲମାନ ଲୋକ ବାସ କରନ୍ତି । କାଜାକିସ୍ତାନ ସରକାର ୨୦୨୩ ମସିହାରେ ସ୍କୁଲରେ ହିଜାବକୁ ନିଷେଧ କରିଥିଲେ । ସରକାର କହିଥିଲେ ଯେ ସ୍କୁଲ ୟୁନିଫର୍ମର ନିୟମ ହିଜାବ ପିନ୍ଧିବାକୁ ଅନୁମତି ଦିଏ ନାହିଁ। ଏହି ନିଷ୍ପତ୍ତି ବିରୁଦ୍ଧରେ ୧୫୦ ଜଣ ଝିଅ ସ୍କୁଲ ମଧ୍ଯ ଛାଡିଥିଲେ। କାଜାକିସ୍ତାନ ବ୍ୟତୀତ ଏସିଆର ଅନେକ ଦେଶ ମଧ୍ୟ ନକାବ ଏବଂ ବୁର୍ଖା ଭଳି ମୁହଁ ଘୋଡ଼ାଇ ରଖୁବା ପୋଷାକକୁ ନିଷିଦ୍ଧ କରିଛନ୍ତି । ତାଜିକିସ୍ତାନ ୨୦୨୪ ମସିହାରେ ହିଜାବ ଉପରେ ନିଷେଧ କରିଥିଲା।

Leave a Reply

Your email address will not be published. Required fields are marked *