ସାଙ୍ଘାଇ ସହଯୋଗ ସଂଗଠନ(ଏସସିଓ) ପ୍ରତିରକ୍ଷା ମନ୍ତ୍ରୀ ସ୍ତରୀୟ ବୈଠକରେ ପାକିସ୍ତାନ ଓ ଚୀନର ଷଡ଼ଯନ୍ତ୍ରକୁ ପଦାରେ ପକାଇଲା ଭାରତ

ସାଙ୍ଘାଇ ସହଯୋଗ ସଂଗଠନ(ଏସସିଓ) ପ୍ରତିରକ୍ଷା ମନ୍ତ୍ରୀ ସ୍ତରୀୟ ବୈଠକରେ ପାକିସ୍ତାନ ଓ ଚୀନର ଷଡ଼ଯନ୍ତ୍ରକୁ ପଦାରେ ପକାଇବା ସହିତ ତାହାକୁ ନିଷ୍ଫଳ କରିଛି ଭାରତ। ଚୀନର କିଙ୍ଗଦାଓ ସହରରେ ଆୟୋଜିତ ଏସସିଓ ସମ୍ମିଳନୀରେ ଭାରତ ଚୀନ ଓ ପାକିସ୍ତାନକୁ କଡ଼ା ସମାଲୋଚନା କରିବା ସହିତ ସଂଗଠନ ପକ୍ଷରୁ ଜାରି ହୋଇଥିବା ମିଳିତ ବିବୃତିରେ ସ୍ଵାକ୍ଷର କରିବାକୁ ମନା କରିଦେଇଛି। ଏସସିଓରେ ଚାଲିଥିବା ପକ୍ଷପାତ ନୀତିକୁ ଭାରତ ବିରୋଧ କରି ବାଟ ଦେଖାଇଛି। ଯାହାଫଳରେ ସଂଗଠନ ବାଧ୍ୟ ହୋଇ ମିଳିତ ବିବୃତି ଜାରି ନ କରିବାକୁ ନିଷ୍ପତ୍ତି ନେଇଛି।

Leave a Reply

Your email address will not be published. Required fields are marked *