ଶେଷ ହୋଇଛି ଶ୍ରୀଜୀଉଙ୍କ ୧୫ ଦିନର ଅଣସର

ସୁସ୍ଥ ହେଲେ ମହାପ୍ରଭୁ । ଶେଷ ହୋଇଛି ଶ୍ରୀଜୀଉଙ୍କ ୧୫ ଦିନର ଅଣସର । ଆଜି ଅର୍ଥାତ୍‌ ଜୁନ୍‌ ୨୬ରେ ମହାପ୍ରଭୁଙ୍କ ଅପୂର୍ବ, ଦୁର୍ଲ୍ଲଭ ନବଯୌବନ ଦର୍ଶନ । ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଶ୍ରୀକ୍ଷେତ୍ରରେ ହଜାର ହଜାର ଭକ୍ତ ଏକାଠି ହୋଇଛନ୍ତି । ଏଥିପାଇଁ ସକାଳ ୮ଟାରୁ ୯ଟା ଯାଏଁ ଟିକେଟ୍‌ ଦର୍ଶନ ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ସକାଳ ୯ଟାରୁ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ସକାଳ ୧୦ଟା ୩୦ ପରେ ସର୍ବସାଧାରଣ ଦର୍ଶନ ବନ୍ଦ ହୋଇ ଆରମ୍ଭ ହୋଇଛି ଘୋଷଯାତ୍ରା ପାଇଁ ପ୍ରସ୍ତୁତି। ରଥଯାତ୍ରାରେ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।

୧୫ ଦିନ ଅଣସର ପରେ ଶ୍ରୀଜୀଉ ଭକ୍ତମାନଙ୍କୁ ଯେଉଁ ଦର୍ଶନ ଦିଅନ୍ତି, ତାହାକୁ ହିଁ କୁହାଯାଏ ନବଯୌବନ ଦର୍ଶନ । ବନକଲାଗି ପରେ ମହାପ୍ରଭୁ ଖୁବ୍‌ ଉଜ୍ଜ୍ୱଳ ଓ ସୁନ୍ଦର ଦେଖାଯାନ୍ତି। ତେଣୁ ଏହାକୁ ନବଯୌବନ ବୋଲି କୁହାଯାଏ।

Leave a Reply

Your email address will not be published. Required fields are marked *